ଲାଳସ Lāḻasa
- ସଂ. ବିଣ. ପୁଂ.—(ଲାଳସା+ଅ) — ଲୋଲୁପ — Hankering after (Apte)
- ସଂ. ବିଣ. ପୁଂ.—(ଲାଳସା+ଅ) — ଅତି ଲୋଭୀ — Very covetous
- ଦେ. ବିଣ — ଲାଳାୟିତ; ଲାଳସା— ପରାୟଣ — Hankering after
- ଦେ. ବିଣ — [ଉ—ବଳାଇ ଚିତ୍ତ ଅନବରତ, ଭାଗ୍ୟେ ଗ୍ରହଣ ତାରକା ମନ୍ତ୍ର, ସୀତା ଶ୍ରୀରାମ ଚରିତ ଗୀତ, କୃତେ ଲାଳସ ଯେ। ଭଞ୍ଜ. ବୈଦେହୀଶବିଳାସ।]
- ଦେ. ବି — ଲୋଭ; ପ୍ରବଳଇଚ୍ଛା — Avarice; eager desire
- ଦେ. ବି — [ଉ—ତୋହର ତ ହୋଇଛି ବାଳକ ବୟସ, ତପସ୍ୟାରେ ଅତି ତୁ କରିଛୁ ଲାଳସ। କୃଷ୍ଣସିଂହ. ମହାଭାରତ. ଆଦି।]