ଲାଲ୍ Lāl

  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ହି. ଲାଲ୍) — ନାଲିଆ; ରକ୍ତ ବର୍ଣ୍ଣ ବିଶିଷ୍ଟ — Red coloured.ବୈଦେ. ବିଣ. [ଫା. ଲାଲ୍=ପ୍ରିୟ, ରକ୍ତବର୍ଣ୍ଣ; ତୁଳନା କର ସଂ. ଲାଲ୍ (ଡ଼) ଧାତୁ=ଇଚ୍ଛା କରିବା, ବା ସଂ. ଲୋହିତ]— ରକ୍ତବର୍ଣ୍ଣ ବିଶିଷ୍ଟ; ନାଲିଆ; ଲୋହିତ—Red
  • ବି — (ଫା. ଲାଲ୍) ଏକ ପ୍ରକାର କ୍ଷୁଦ୍ର ଗାୟକ ପକ୍ଷୀ — A small singing bird; the bull finch; Fringilla; Amandava or Pyrhulla Vulgaris; Sporaeginthus Amandava
  • ବି — [ଦ୍ର—ଏହା ଘର ଚଟିଆ ଅପେକ୍ଷା ଛୋଟ। ଏହାର ଦେହ ଆରକ୍ତ ମାଟିଆ ଓ ଶୀତ ଦିନେ ଏହାର ଦେହରେ ଫୁଟିଫୁଟିକିଆ ଦାଗ ହୁଏ। ଏମାନଙ୍କର ଶବ୍ଦ ଅତି ମଧୁର ଥିବାରୁ ଲୋକେ ଏମାନଙ୍କୁ ପାଳନ୍ତି।]
  • ବି — (ଫା. ଲାଲ୍) ରକ୍ତବର୍ଣ୍ଣ ରତ୍ନବିଶେଷ; ମାଣିକ — Ruby
  • ବି — ନାଲି ରଙ୍ଗ; ରକ୍ତ ବର୍ଣ୍ଣ — Red colour
  • ବି — ନାଲି କାଇଞ୍ଚ — The black tipped seeds of Kāiñcha
  • ବି — (ଫା. ନାଲ୍) ନାଲ୍; ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ଲୁହାର ପାତିଆ — Shoes put below the hoofs of horses and bollocks; horse shoe
  • ଦେ. ବି — ରାଜାଙ୍କର 3 ୟ ବା 4 ର୍ଥ ରାଜକୁମାରଙ୍କର ଉପାଧି — ରାଜାଙ୍କର3ୟ ବା4ର୍ଥ ରାଜକୁମାରଙ୍କର ଉପାଧି. The title of the 3rd or 4th son of a Raja
  • ଦେ. ବି — ବିହାରର ଲାଲା କାୟସ୍ଥମାନଙ୍କର ବଂଶଗତ ଉପାଧି — The family title of the 'Lālā Kāyasthas' of Bihar
  • ଦେ. ବି — ହିନ୍ଦୁସ୍ଥାନୀ ବ୍ଯକ୍ତିମାନଙ୍କ ନାମ ସଙ୍ଗେ ଯୁକ୍ତ ପଦ — A word attached to the name of Hindustanee persons
  • ଦେ. ବି — [ଦ୍ର—ଆମ ଦେଶରେ ଲୋକଙ୍କ ନାମ ସଙ୍ଗେ ଯେପରି 'ଚନ୍ଦ୍ର' ଶବ୍ଦ ଯୁକ୍ତ ହୁଏ (ଯଥା— ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର), ସେହିପରି ପଶ୍ଚିମ, ହିନ୍ଦୁସ୍ଥାନ ଆଦି ଅଞ୍ଚଳରେ 'ଲାଲ୍' ଶବ୍ଦ ଯୁକ୍ତ ହୁଏ। ଯଥା—ମୋହନ ଲାଲ୍, ଗିରିଧାରୀ ଲାଲ୍, ରାମଲାଲ୍, କିଷନଲାଲ୍, ବ୍ରଜଲାଲ୍ ଇତ୍ୟାଦି। ଏଥିର ଅର୍ଥ ପ୍ରିୟ; କିଷନ ଲାଲ=ଶ୍ରୀକୃଷ୍ଣଙ୍କ ପ୍ରିୟ ବ୍ଯକ୍ତି।]