ଲାଗେ Lāge
- ଦେ. କ୍ରି. ବିଣ. (ସଂ. ଲଗ୍ନେ) — କ୍ଷଣରେ — At a particular moment
- ଅ — କୁକୁରମାନଙ୍କୁ ବିଲୁଆ, ମାଙ୍କଡ଼ଆଦି ଶିକାରଙ୍କ ପଛରେ ଲଗାଇବା ବ୍ଯକ୍ତିର ଉଚ୍ଚାରଣ କରିବା ଶବ୍ଦ — (Interjection) A word or halloo uttered by persons to encourage or exhort dogs set on a prey
- ଅ — ନିକଟରେ; ପାଖରେ; ସନ୍ନିକଟରେ — Near; by the side of
- ଅ — [ଉ—ମିଳିଲା ଭ୍ରଥଖଣ୍ଡ ଲାଗେ। ଯଶୋବନ୍ତ. ବ୍ରହ୍ମଗୀତା।]
- ଅ — ଦେହରେ; ସଙ୍ଗେ — In the body of; in the company of
- ଅ — [ଉ— ବିଜୁଳି ଯେହ୍ନେ କଳାମେଘେ, ଦିଶନ୍ତି ଗୋବିନ୍ଦର ଲାଗେ। ଜଗନ୍ନାଥ. ଭାଗବତ।]
- ଦେ. କ୍ରି. (ଲାଗିବା କ୍ରିୟାର ନିତ୍ୟପ୍ରବୃତ୍ତ ବର୍ତ୍ତମାନକାଳ 3 ୟ ପୁରୁଷ ଏକବଚନ) (ସେ, ତାହା) — ଲାଗଇ — (that) Does devolve on