ଲାଇବା Lāibā

  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — (ପ୍ରାଚୀନ ପଦ୍ଯ) ସ୍ଥାପନ କରିବା — To place
  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — [ଉ— ଉଠି ମଥାରେ କରଲାଇ। କହିଲା ବହୁତ ବିନୟୀ। ରାମ ଦାସ. ଦାଢ୍ୟତାଭକ୍ତି।]
  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — (ପ୍ରାଚୀନ ପଦ୍ଯ) ଧରିବା — To catch; to hold
  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — [ଉ—ସୁବର୍ଣ୍ଣର ବେତ ସର୍ବେ ଛନ୍ତି ହସ୍ତେ ଲାଇ। ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା.]
  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — ନାଇବା (ଦେଖ) — Nāibā (See)
  • ଗ୍ରା. କ୍ରି—(ସଂ. ଲା ଧାତୁ=ଗ୍ରହଣ କରିବା) — [ଉ—ଶଙ୍ଖା ଦୁଇ ବାହି ସେ ଦୁଇ ହାତେ ଲାଇ। ବନ ଶାଢ଼ୀ ଖଣ୍ଡେ ସେ ପିନ୍ଧିଲେ ଗୁଡ଼ିଆଇ। କୃଷ୍ଣସିଂହ. ମହାଭାରତ. ବିରାଟ]
  • ପ୍ରାଦେ (ଗଞ୍ଜାମ) କ୍ରି — ଧାନ ଆଦିକୁ ଟୋକାଇ ଆଦି ପାତ୍ରରେ ପୂରାଇବା ବା ଭରିବା — To fill up paddy etc in a basket