ଲସା Lasā

  • ସଂ. ବି (ଲସ୍. ଧାତୁ+କର୍ମ. ଆ) — ହରିଦ୍ରା; ହଳଦି — Turmeric
  • ଦେ. ବି (ସଂ. ରସ; ଲସ; ଲସିକା) — ଶରୀରସ୍ଥ ବର୍ଣ୍ଣହୀନ ରସ; ଘାଆ ଇତ୍ୟାଦିରୁ ସ୍ରବିବା ଜଳୀୟ ପଦାର୍ଥ — Lymph, watery substance oozing from wounds or sores
  • ଦେ. ବି (ସଂ. ରସ; ଲସ; ଲସିକା) — ଅଠା — Gum
  • ଦେ. ବି (ସଂ. ରସ; ଲସ; ଲସିକା) — ଆମ୍ବ ଆଦି ଫଳକୁ ଡେମ୍ଫରୁ ଭାଙ୍ଗି ଦେଲେ ସେଥିରୁ ବୋହିବା ରସ — Watery substance oozing from a fruit (e. g mango) when it is broken or plucked from its stem
  • ପ୍ରାଦେ (ସମ୍ବଲପୁର) ବି — ଗଛରୁ ବୋହିବା ଘନରସ ବା ଅଠା — Slimy or thick juice from a tree