ଲର୍ଡ଼ Larḍ

  • ବୈଦେ. ବି. (ଇଂ.) — ଇଂଲଣ୍ଡର ସମ୍ଭ୍ରାନ୍ତ ବଂଶୀୟ ଜମିଦାର- ମାନଙ୍କର ଉପାଧି ବିଶେଷ — Lord (a title of landlords in England)
  • ବୈଦେ. ବି. (ଇଂ.) — [ଦ୍ର—ଲର୍ଡ ଉପାଧିକାରୀଙ୍କ ଅଧିକୃତ ଅଞ୍ଚଳର ନାମର ପୂର୍ବରେ (ଯଥା — Lord RiponବାLord of Ripon.)କିମ୍ବା ଉକ୍ତ ବ୍ଯକ୍ତିଙ୍କ ବଂଶର ବା ଜମିଦାରିର ବା ବାସସ୍ଥାନର ନାମ ପୂର୍ବରେ ଏହି ଶବ୍ଦ ବ୍ଯବହୃତ ହୁଏ ଏହି ଉପାଧି ଇଂଲଣ୍ଡର ଜମିଦାରମାନଙ୍କ ବଂଶଗତ ଉପାଧି ଅଟେ କିନ୍ତୁ ବିଶେଷ ବିଶେଷ ବ୍ଯକ୍ତିଙ୍କୁ ମଧ୍ୟ ବିଲାତର ରାଜା ଏ ଉପାଧି ଦିଅନ୍ତି ଭାରତୀୟ ବ୍ଯକ୍ତିମାନଙ୍କୁ ମଧ୍ୟ ଇଂଲଣ୍ଡର ରାଜା ଏ ଉପାଧିରେ ଭୂଷିତ କରିବାର ସୃଷ୍ଟି କରି ବାରିଷ୍ଟର୍ ସ୍ୱର୍ଗୀୟ ଶ୍ରୀ ସତ୍ୟେନ୍ଦ୍ର ପ୍ରସନ୍ନ ସିଂହଙ୍କୁ ଏହି ଉପାଧି ଦେଇଥିଲେ(Lord S. P. SinhaବାLord Sinha).ତାଙ୍କ ଜନ୍ମସ୍ଥାନର ନାମ ପୂର୍ବରେ ଏ ଉପାଧି ଖଞ୍ଜା ହୋଇଥିଲା ଯଥା—Lord of Raipur.ଲର୍ଡ଼ମାନଙ୍କ ସ୍ତ୍ରୀମାନଙ୍କ ଉପାଧି ଲେଡୀ]