ଲରିଆ Lariā
- ଦେ. ବି — ଏକ ପ୍ରକାର ବିକୃତ ହିନ୍ଦୁସ୍ଥାନୀ ଓ ଓଡ଼ିଆ ମିଶା କଥ୍ୟ ଭାଷା — A spoken dialect of a mixed language of Hindusthani and Oriya; Lariā
- ଦେ. ବି — [ଦ୍ର—ଏହା ଛତିଶଗଡ଼, ସମ୍ବଲପୁର ଓ ବିଳାସପୁର ଆଦି ସ୍ଥାନମାନଙ୍କରେ ପ୍ରଚଳିତ। ଏହାକୁ ଗ୍ରୀଅର୍ ସନ୍ ହିନ୍ଦୁସ୍ଥାନୀର ଗୋଟିଏ ଭାଖା ବୋଲି କହିଅଛନ୍ତି; କିନ୍ତୁ ଏହା ଓଡ଼ିଆ ଭାଷା ପ୍ରଭାବରେ ବିଶେଷ ଭାବରେ ପ୍ରଭାବିତ। ଲରିଆ ଭାଷାର ଗୋଟିଏ ଦୃଷ୍ଟାନ୍ତ :—"ଏକ୍ଠନ୍ ମନ୍ଖେକେ ଦୁଠନ୍ବେଟା ରହିନ୍। ଓକର ମାନ୍ଲେ ଛୋଟେ ବେଟା ବାପ୍ଲା କହିସ୍, ଦଦାଗା! ସମ୍ପତ୍ମ ମୋର୍ ଯତ୍କେ ବାଁଟା ପଡ୍ହି, ତତ୍କେ ମୋଲା ବାଁଟା ଦେ। ବାପ୍ ଏଲା ଶୁନ୍କେ ଓକର୍ ସମ୍ପତ୍ଲା ଅପନ୍ ଦୁନେ ବେଟାକେ ବିଚ୍ମ ବାଁଟ୍ ଦିହିସ୍। କେତେକ୍ ଦିନ୍କେ ପିଛୁ ଛୋଟେ ବେଟା ଓକର୍ ବାଁଟ୍ମ ଯତ୍କା ସମ୍ପତ୍ ପଡ଼େ ରହିସ୍, ସବ୍ଲା ଏକଠୌରମ ରାଖ୍କେ ବିଦେଶ୍ ଗଇସ୍ ଓ ମେର୍ ଯୌନ୍ ତୌନ୍ ଖର୍ଚ୍ଚା କରକେ କୁଛ୍ ଦିନ୍ମ ସବ୍ ସମ୍ପତ୍ଲା ଉଡ଼ାଏ ଦିହିସ୍। ଏସ୍ନେ ବଖତ୍ମ ଓ ଦେଶ୍ମ ଦୁର୍ଭିଖ୍ ପରିସ୍ ଓ ଲୌକା ଖାଏବ୍ର ନୈପାଏକେ ଓପାସ୍ମ ଦୁଃଖ ପାଇସ୍।" — (Grierson's Linguistic Survey of India)
- ଦେ. ବି — ଏଥିର ଓଡ଼ିଆ ଅନୁବାଦ:—ଜଣେ ଲୋକର ଦୁଇଟି ପୁଅ ଥିଲେ। ତାଙ୍କ ମଧ୍ୟରୁ ସାନପୁଅ ବାପାଙ୍କୁ କହିଲା, ବାପା! ସମ୍ପତ୍ତିରେ ମୋର ଯେତେ ବାଣ୍ଟ ପଡ଼ିବ ସେତକ ମୋତେ ବାଣ୍ଟିଦିଅ। ବାପ ଏହା ଶୁଣି ତାର ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲା। କେତେ ଦିନ ପରେ ସାନ ପୁଅ ତା ବାଣ୍ଟରେ ଯେତେ ସମ୍ପତ୍ତି ପଡ଼ିଲା, ସବୁକୁ ଏକତ୍ର ରଖି ବିଦେଶ ଗଲା ଓ ସେ ଯା ଇଚ୍ଛା ତା ଖରଚ କରି କିଛି ଦିନେ ସବୁ ସମ୍ପତ୍ତି ଉଡ଼ାଇ ଦେଲା। ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ପଡ଼ିଲା ଓ ଲୋକେ ଖାଇବାକୁ ନ ପାଇ ଉପାସରେ ଦୁଃଖ ପାଇଲେ।"]
- ଦେ. ବି — ଶବର, ଅଘରିଆ ପ୍ରଭୃତି ଜାତିଙ୍କର ଗୋଟିଏ ଶ୍ରେଣୀ (ଅନ୍ଯ ଶ୍ରେଣୀ ଓଡ଼ିଆ) — A sect of the 'Sabara' caste and of the Aghariā caste
- ଦେ. ବି — [ଦ୍ର—ଏ ଶ୍ରେଣୀର ଲୋକେ ଲରିଆ ଭାଷା ବ୍ଯବହାର କରନ୍ତି ଓ ଓଡ଼ିଆ ଶ୍ରେଣୀର ଲୋକେ ଓଡ଼ିଆ ଭାଷା ବ୍ଯବହାର କରନ୍ତି।]