ଲତପତ Latapata
- ଦେ. ବିଣ. (ସଂ. ନମ୍ ଧାତୁଜ ନତରୁ) — କଅଁଳ; ଯାହା ଚିପି ଦେଲେ ନଇଁଯାଏ; ଲୁତୁପୁତୁ, ଲତରା; ଲୋତରା — Soft; which yields to pressure; plastic; pliant
- ଦେ. ବିଣ. (ସଂ. ନମ୍ ଧାତୁଜ ନତରୁ) — (ଉ—କଞ୍ଚାରେ ଲତପତ ପାଚିଲାରେ ଟାଣ, ଏ ନାଆଁଟି କହି ନ ପାରିଲେ, ବାପ ଭାଇଙ୍କ ରାଣ—ହାଣ୍ଡି;—ନାଆଁ ଦିଆ ବା ପ୍ରହେଳିକା।]
- ବି — ଚିପି ଦେଲେ ଦବି ଯିବା ଅବସ୍ଥା — Softness; the state of yielding to pressure; plasticity
- ବି — [ଦ୍ର—ଆମ୍ବ ଆଦି ଫଳ ପାଚି ଗଲେ ବା କାଦୁଅମେଞ୍ଚା ଶୁଖିବା ପୂର୍ବରୁ ଲତପତ ହୁଏ।]