ଲଜ୍ଜା Lajjā

  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — ହୃଦୟର କୋମଳ ବୃତ୍ତିବିଶେଷ; ଯେଉଁ ବୃତ୍ତି ଯୋଗୁଁ ଅନ୍ଯ ବ୍ଯକ୍ତିର ସମକ୍ଷରେ ବା ଜ୍ଞାତସାରରେ କେତେକ କାର୍ଯ୍ୟ କରିବାକୁ ମନୁଷ୍ୟ ମନରେ ସଂକୋଚ ଉପସ୍ଥିତ ହୁଏ; ଅନୁଚିତ କାର୍ଯ୍ୟକଳାପର ପର ପରିଜ୍ଞାନ ଭୟ — Shame
  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — ବ୍ରୀଡ଼ା; କୁଣ୍ଠା; ସଂକୋଚ — Modesty; coyness; bashfulness
  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — (ବୈଦ୍ଯକ) ଲଜ୍ଜାଳୁ ଲତା (ଦେଖ) — Lajjāḻu latā (See)
  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — କୌଣସି ନିନ୍ଦିତ କର୍ମଚାରୀ ପ୍ରତି ଲୋକଙ୍କର ଅବମାନନାଯୁକ୍ତ ବ୍ଯବହାର — Humiliation
  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — [ଦ୍ର—ଏଥିର ଅପଭ୍ରଂଶ—ଲାଜ, ଲଜ୍ୟା, ନାଜ, ନଜ୍ୟା,] ନାଜ୍ୟା, ଲାଜ୍ୟା। ଲଜ୍ଜା, କୁଣ୍ଠା, ବ୍ରୀଡ଼ା, ସଙ୍କୋଚ ଏକାର୍ଥ— ବାଚକ। କିନ୍ତୁ ବ୍ଯବହାରରେ ଏହା ବିଶେଷ ବିଶେଷ ଭାବ— ବ୍ୟଞ୍ଜିତ ହୁଏ।
  • ସଂ. ବି. ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ) — ନିନ୍ଦିତ କାର୍ଯ୍ୟ କଲେ ଲୋକେ ଏହା ଜାଣିଲେ ମୋତେ ନିନ୍ଦା କରିବେ ବୋଲି ମନରେ ଯେଉଁ ଭୟ ହୁଏ, ତାହାକୁ 'ଲଜ୍ଜା' ବୋଲାଯାଏ। ନିନ୍ଦିତ କାର୍ଯ୍ୟ କରିବାକୁ ମନରେ ଯେଉଁ ଅନିଚ୍ଛା ଜାତ ହୁଏ, ତାକୁ 'କୁଣ୍ଠା' ବୋଲାଯାଏ। ଗୁରୁଜନମାନଙ୍କ ନିକଟରେ ପ୍ରକାଶ୍ୟରେ ମୁହଁ ଦେଖାଇବା ବା କଥା କହିବା ପାଇଁ ବିନୟ ଭାବ ମିଶ୍ରିତ ସଙ୍କୋଚକୁ ବ୍ରୀଡ଼ା ବୋଲାଯାଏ। କାଳେ ଲୋକେ ଜାଣିଲେ ଏହା ଅନୁମୋଦନ କରିବେ ନାହିଁ ଏଥିଯୋଗୁଁ କୌଣସି ଅନୁଚିତ କାର୍ଯ୍ୟ କରିବାକୁ ମନରେ ଯେଉଁ ଇତସ୍ତତଃ ଭାବ ଉପସ୍ଥିତ ହୁଏ, ତାକୁ ସଙ୍କୋଚ ବୋଲାଯାଏ—ଜ୍ଞାନେନ୍ଦ୍ର।]