ଲଙ୍କା Laṅkā
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ଭାରତର ଦକ୍ଷିଣସ୍ଥ ସିଂହଳଦ୍ୱୀପ — Ceylon; an island to the south of India
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ରାମାୟଣ ବର୍ଣ୍ଣିତ ରାବଣର ରାଜଧାନୀ — The city of Laṅka, the mythological capital of the demon king Rābaṇa
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — [ଦ୍ର—ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଲଙ୍କା, ଲବଣ ସମୁଦ୍ରବେଷ୍ଟିତ ତ୍ରିକୂଟ ପର୍ବତର ଉପରିସ୍ଥିତ ବିଶ୍ୱକର୍ମା ନିର୍ମିତ ନଗର। ଏହା ଦୀର୍ଘରେ 20 ଯୋଜନ ( 80 କୋଶ) ଓ ପ୍ରସ୍ଥରେ 10 ଯୋଜନ ( 40 କ୍ରୋଶ) ଓ ସ୍ୱର୍ଣ୍ଣପ୍ରାଚୀର ବେଷ୍ଟିତ, ଏହି ପାଚେରିର ଚାରିପାଖରେ କୁମ୍ଭୀରପୂର୍ଣ୍ଣ ପରିଖା; ନଗରର ଚାରିପାଖରେ ଚାରିଗୋଟି ସ୍ୱର୍ଣ୍ଣଦ୍ୱାର; ପ୍ରତି ଦ୍ୱାରରେ ପ୍ରଶସ୍ତ ଯନ୍ତ୍ରସେତୁ — [ଦ୍ର—ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଲଙ୍କା, ଲବଣ ସମୁଦ୍ରବେଷ୍ଟିତ ତ୍ରିକୂଟ ପର୍ବତର ଉପରିସ୍ଥିତ ବିଶ୍ୱକର୍ମା ନିର୍ମିତ ନଗର ଏହା ଦୀର୍ଘରେ20ଯୋଜନ (80କୋଶ) ଓ ପ୍ରସ୍ଥରେ10ଯୋଜନ (40କ୍ରୋଶ) ଓ ସ୍ୱର୍ଣ୍ଣପ୍ରାଚୀର ବେଷ୍ଟିତ, ଏହି ପାଚେରିର ଚାରିପାଖରେ କୁମ୍ଭୀରପୂର୍ଣ୍ଣ ପରିଖା; ନଗରର ଚାରିପାଖରେ ଚାରିଗୋଟି ସ୍ୱର୍ଣ୍ଣଦ୍ୱାର; ପ୍ରତି ଦ୍ୱାରରେ ପ୍ରଶସ୍ତ ଯନ୍ତ୍ରସେତୁ(Drawbridge)ଥିଲା କବିମାନେ 'ପୁଷ୍ପେଷୁ ଚମ୍ପା', ନଗରୀଷୁ ଲଙ୍କା, ନାରୀଷୁ ରମ୍ଭା, ପୁରୁଷେଷୁ ବିଷ୍ଣୁଃ' ବୋଲି କହି ଅଛନ୍ତି ଏ ନଗର ଅତୁଳ ଐଶ୍ୱର୍ଯ୍ୟମୟ ଓ ସ୍ୱର୍ଣ୍ଣମୟ ମନ୍ଦିରମାନଙ୍କରେ ପୂର୍ଣ୍ଣ ଥିଲା ଏଥିରେ ସୁରମ୍ୟ ହର୍ମ୍ମ୍ୟ ଶ୍ରେଣୀ ଓ ସୁସଜ୍ଜିତ ରାଜପଥମାନ ଶୋଭା ପାଉଥିଲା ଏବଂ ଅଷ୍ଟତଳ ପ୍ରାସାଦମାନ(Sky scrapers)ମଧ୍ୟ ଥିଲା ବିଚିତ୍ର ଉଦ୍ୟାନ, କୁଞ୍ଜ, ଲତାଗୃହ, ପାନାଗାର, ନୃତ୍ୟଶାଳା, ଚିତ୍ରାଗାର, ବୃକ୍ଷବାଟିକା, ରଙ୍ଗଭୂମି, ଭୁଗର୍ଭସ୍ଥ ଗୃହ, ଚୈତ୍ୟ ଓ ବିମାନଆଦିଦ୍ୱାରା ସେହି ସୁରମ୍ୟ ନଗର ଶୋଭା ପାଉଥିଲା ଓ ରାତ୍ରିରେ ନଗରର ସର୍ବାଂଶ ଦୀପମାଳା ଦ୍ୱାରା ଜାଜ୍ୱଲ୍ୟମାନ ହେଉଥିଲା ଏ ନଗର ପ୍ରଥମେ ବରୁଣଙ୍କ ଅଧିକୃତ ଥିଲା ରାବଣ ତପସ୍ୟା ପରେ ବରଲାଭ କରି ଏଠାରୁ ବରୁଣଙ୍କୁ ତଡ଼ି ନିଜର ରାଜଧାନୀ ସ୍ଥାପନ କଲା ଏଠାରେ ଚିରବସନ୍ତ ବିରାଜିତ ଥିଲା ଏଥିର ଅଶୋକ ବନସ୍ଥ ଗୋଟିଏ କୁଞ୍ଜରେ ରାବଣ ସୀତାଙ୍କୁ ଅସୁରୀମାନଙ୍କ ଦ୍ୱାରା ଅବରୁଦ୍ଧା କରି ରଖିଥିଲା ଏହି ଲଙ୍କା ମଧ୍ୟରେ ବୃଦ୍ଧ ଗଣ୍ଡୁକୀ ନାମକ ଗୋଟିଏ ନଦୀ ଥିଲା ଓ ଏ ଲଙ୍କାପୁରୀର ବାହାରେ ସୁବେଳ ବା ସୁବଳୟା ନାମକ ପର୍ବତରେ କପିସେନାଙ୍କ ସହିତ ରାମଚନ୍ଦ୍ର ଅବସ୍ଥାନ କରିଥିଲେ ସୀତାଙ୍କୁ ଠାବ କରିବାକୁ ଆସିବା ଉପଲକ୍ଷରେ ହନୁମାନର ଲାଙ୍ଗୁଡ଼ରେ ଗୁଡ଼ିଆ ହୋଇ ଥିବା ତୈଳାକ୍ତକନାରେ ଲଗାଯାଇଥିବା ନିଆଁରେ ଲଙ୍କାପୁରୀ ପୋଡ଼ି ଭସ୍ମ ହୋଇଗଲା କିନ୍ତୁ ରାବଣ ବିଶ୍ୱକର୍ମାଙ୍କୁ ଆଜ୍ଞା ଦେଇ ରାତିକ ମଧ୍ୟରେ ପୁଣି ସ୍ୱର୍ଣ୍ଣମୟ— ପୁର ତିଆରି କରାଇଦେଲା ବର୍ତ୍ତମାନକାଳର ଭାରତର ଦକ୍ଷିଣସ୍ଥ ସିଂହଳ(Ceylon)ଦ୍ୱୀପକୁ ପଣ୍ଡିତମାନେ ପୌରାଣିକ 'ଲଙ୍କା' ଥିବା ଅନୁମାନ କରନ୍ତି କଲମ୍ବୋର 'ଜ୍ଞାନଦର୍ଶ' ପତ୍ରିକାର ସଂପାଦକ ଖଣ୍ଡିଏ ସିଂହଳୀ ପାଣ୍ଡୁ— ଲିପିରେ ଲଙ୍କାର ପୌରାଣିକ ଇତିହାସ ଲେଖାଥିବାର ପ୍ରମାଣ ପାଇଅଛନ୍ତି]
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — କୁଳଟା ସ୍ତ୍ରୀ — An adulteress
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ଶାଖା — A bough, branch of a tree
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ଶାକିନୀ; ସ୍ତ୍ରୀଭୂତ; ଦୁର୍ଗାଙ୍କ ଅନୁଚରୀ; ପିଶାଚୀବିଶେଷ — A she-ghost; name of a demi-goddess, an attendant of Durgā
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ଡାକିନୀ — Witch
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — (ବୈଦ୍ଯକ)—ଖେସାରୀଜାତୀୟ ଶିମ୍ବୀଧାନ୍ୟବିଶେଷ — A sort of pulse
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — [ଦ—ସଂ. ନାମ—କରାଳଲିପୁଟା, କାଣ୍ଡିକା, ରୁକ୍ଷଣାତ୍ମିକା।]
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ଲଙ୍କୋଦ୍ଭବ ମରିଚ (ହରେକୃଷ୍ଣ ଦ୍ରବ୍ଯଗୁଣ) — Pepper grown in Ceylon
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — ସ୍ପୃକ୍ଚା; ପିଡ଼ଙ୍ଗଶାଗ (ହି. ଶ.) — Trigonella corniculata (potherb)
- ସଂ. ବି (ଲକ୍ ଧାତୁ=ସୁଖ ପାଇବା+ଅଧି ଅ, ସ୍ତ୍ରୀ. ଆ, ନିପାତନ; ଯହିଁରେ ସୁଖଭୋଗ ମିଳେ) — କୃଷ୍ଣଚଣକ (ହି. ଶ.) — A kind of black chickpea