ରୋଳ Roḻa
- ସଂ. ବି — ଅବ୍ୟକ୍ତ ଶବ୍ଦ — An indistinct sound
- ସଂ. ବି — ଶବ୍ଦ; ଧ୍ୱନି — Sound
- ସଂ. ବି — (ଉ—...... ବୀରବାଦ୍ୟରୋଳେ ଚକ୍ରବାଳେ ପ୍ରତିଧ୍ୱନି ଜାଣିଲେ ଚମକି—ରାଧାନାଥ, ମହାଯାତ୍ରା।)
- ସଂ. ବି — ଆର୍ଦ୍ରକ; ଅଦା — Ginger
- ସଂ. ବି — ମନୁଷ୍ୟମାନଙ୍କ ଗହଳିରୁ ଜନତାରୁ ଉଠୁଥିବା ବହୁ ଲୋକଙ୍କ ସ୍ୱର ମିଶ୍ରଣରେ ଉତ୍ପନ୍ନ ଶବ୍ଦ — Continuous and indistinct sound arising from a crowd
- ସଂ. ବି — ଭଇଞ୍ଚି ଗୁଳ୍ମ — Flacourtia Cataphracta (M. W.)
- ଦେ. ବି (ସଂ. ରବଣ, ରଣ) — ଯୁଦ୍ଧ — War
- ଦେ. ବି (ସଂ. ରବଣ, ରଣ) — (ଉ—ଏ ଅନନ୍ତରେ କୁରୁ ମହାରଥିକୁଳ, ଅର୍ଜୁନ ସଙ୍ଗତରେ ଆରମ୍ଭିଲେ ରୋଳ—କୃଷ୍ଣସିଂହ, ମହାଭାରତ, ବିରାଟ।]
- ଦେ. ବି (ସଂ. ରବଣ, ରଣ) — ଉଦୁଖଳ — Mortar and pestle
- ଦେ. ବି (ସଂ. ରବଣ, ରଣ) — (ଉ— ବେଗେ ତୁ କୁଟ ରୋଳ ଭରି, ତା ଶୁଣି ବ୍ରାହ୍ମଣ କୁମାରୀ— ଜଗନ୍ନାଥ, ଭାଗବତ।]
- ଦେ. ବି (ସଂ. ରବଣ, ରଣ) — ଜନତା — Crowd; a concourse of people
- ଦେ. ବି (ସଂ. ରବଣ, ରଣ) — ଅନେକ ଲୋକଙ୍କର ଏକ ଉଚ୍ଚସ୍ୱରରେ କ୍ରନ୍ଦନ— ଜନିତ ସ୍ୱର — Sound of many people wailing