ରୁକ୍ଷ Ruksha
- ସଂ. ବି (ରୁହ୍ ଧାତୁ=ଉତ୍ପନ୍ନହେବା+କର୍ତ୍ତୃ. ସ; କିମ୍ବା ରୁକ୍ଷ୍ ଧାତୁ =କର୍କଶ ହେବା+କର୍ତ୍ତୃ. ଅ) — ବୃକ୍ଷ — Tree
- ସଂ. ବିଣ — ଅଚିକ୍କଣ; ଅମସୃଣ; କର୍କଶ — Unsmooth; rough; scabrous
- ସଂ. ବିଣ — କଠୋର — Hard
- ସଂ. ବିଣ — ଶୁଷ୍କ; ନୀରସ — Dry
- ସଂ. ବିଣ — କଠୋରବ୍ରତଧାରୀ — Observing very hard penance
- ସଂ. ବିଣ — ତୀବ୍ର; ଉଗ୍ର — Harsh; stern
- ସଂ. ବିଣ — ବିରସପ୍ରକୃତିକ — Morose; scowling
- ସଂ. ବିଣ — ଅସ୍ନିଗ୍ଧ; ନୁଖୁରା — Not oily
- ସଂ. ବିଣ — କଠୋରପ୍ରକୃତିକ; ଟିଙ୍ଗିଶୂଳା; ଚିଡ଼ିଚିଡ଼ା; ଟାଉଁ ଟାଉଁଆ — Rude; uncouth; sulky; harsh- tempered; of irritable temper
- ସଂ. ବିଣ — ଶତ୍ରୁତାପନ୍ନ — Inimical; unfriendly
- ସଂ. ବିଣ — ଅନନୁକୂଳ — Repulsive; unfavourable
- ସଂ. ବିଣ — ନିର୍ଦ୍ଦୟ; ନିଷ୍ଠୁର — Cruel; hard-hearted