ରିମ୍ମା Rimmā
- ଦେ. ବି. (ନାମ, ସଂ. ରେବା) — ମଧ୍ୟଭାରତର ଗୋଟିଏ କରଦ ରାଜ୍ୟ; ରେୱା — Name of a tributary State in the Central India; Rewa
- ଦେ. ବି. (ନାମ, ସଂ. ରେବା) — [ଦ୍ର—ଏହା ମଧ୍ୟ ଭାରତର ବୁନ୍ଦେଲଖଣ୍ଡର ଗୋଟିଏ ରାଜ୍ୟ। ଏ ରାଜ୍ୟରେ ରେବା ନଦୀ ବହୁଅଛି। ରିମା ରାଜା ପୁରୁଷୋତ୍ତମକୁ ତୀର୍ଥ ଯାତ୍ରା କରି ଆସି ବାଟରେ ଓ ପୁରୀରେ ବହୁ ଧନ ଓ ହାତୀ ଘୋଡ଼ା ବିତରଣ କରିଥିବାରୁ ତାଙ୍କ ନାମରେ ଗୀତ ଅଦ୍ୟାବଧି ଭିକ୍ଷୁକମାନଙ୍କ ମୁହଁରୁ ଶୁଣାଯାଏ। ଯଥା— ରିମା ରାଜା ଆସିଥିଲା ପୁରସ୍ତମକୁ କେତେ ହାତୀ ଘୋଡ଼ା ଦେଇଗଲା ବାଟଘାଟକୁ—ଇତ୍ୟାଦି। ଏ ରାଜ୍ୟର କ୍ଷେତ୍ରଫଳ 13 ହଜାର ବର୍ଗମାଇଲ୍ ଓ ବାର୍ଷିକ ରାଜସ୍ୱ ଆୟ 60 ଲକ୍ଷ ଟଙ୍କା। ଲୋକସଂଖ୍ୟା ପ୍ରାୟ 16 ଲକ୍ଷ।] — [ଦ୍ର—ଏହା ମଧ୍ୟ ଭାରତର ବୁନ୍ଦେଲଖଣ୍ଡର ଗୋଟିଏ ରାଜ୍ୟ ଏ ରାଜ୍ୟରେ ରେବା ନଦୀ ବହୁଅଛି ରିମା ରାଜା ପୁରୁଷୋତ୍ତମକୁ ତୀର୍ଥ ଯାତ୍ରା କରି ଆସି ବାଟରେ ଓ ପୁରୀରେ ବହୁ ଧନ ଓ ହାତୀ ଘୋଡ଼ା ବିତରଣ କରିଥିବାରୁ ତାଙ୍କ ନାମରେ ଗୀତ ଅଦ୍ୟାବଧି ଭିକ୍ଷୁକମାନଙ୍କ ମୁହଁରୁ ଶୁଣାଯାଏ ଯଥା— ରିମା ରାଜା ଆସିଥିଲା ପୁରସ୍ତମକୁ କେତେ ହାତୀ ଘୋଡ଼ା ଦେଇଗଲା ବାଟଘାଟକୁ—ଇତ୍ୟାଦି ଏ ରାଜ୍ୟର କ୍ଷେତ୍ରଫଳ13ହଜାର ବର୍ଗମାଇଲ୍ ଓ ବାର୍ଷିକ ରାଜସ୍ୱ ଆୟ60ଲକ୍ଷ ଟଙ୍କା ଲୋକସଂଖ୍ୟା ପ୍ରାୟ16ଲକ୍ଷ]
- ଦେ. ବି. (ନାମ, ସଂ. ରେବା) — କ୍ରୋଧ; ରୋଷାବେଶ — Rage; anger