ରିଜର୍ଭ୍ Rijarbh

  • ବୈଦେ. (ଇଂ. ରିଜର୍ଭ୍) ବି — ରେଳଗାଡ଼ି ଇତ୍ୟାଦିର କାମରାକୁ ପୂର୍ବରୁ ବ୍ଯବହାରପାଇଁ ଅଟକାଇବାର ବନ୍ଦୋବସ୍ତ — Reserving of a seat or compartment in a Railway train or other vehicle, theatre or circus
  • ବୈଦେ. (ଇଂ. ରିଜର୍ଭ୍) ବି — [ଦ୍ର—ଇଂରାଜି — Z(ଜେଡ଼୍) ଅକ୍ଷରର ଉଚ୍ଚାରଣବିଶିଷ୍ଟ ଅକ୍ଷର ସଂସ୍କୃତ ତଥା ଓଡ଼ିଆ ବର୍ଣ୍ଣମାଳାରେ ନାହିଁ ଏହି ଇଂରାଜି'Z'ଅକ୍ଷରର ଉଚ୍ଚାରଣ ଇଂରାଜୀ'Z'ଅକ୍ଷରବିଶିଷ୍ଟ ଶବ୍ଦରେ ଓ ଅନ୍ଯ କେତେକ'S'(ଏସ୍) ଅକ୍ଷରବିଶିଷ୍ଟଶବ୍ଦ (ଯଥା— Reserve, Is, His, Resolution, Resign)ରେ ଦେଖାଯାଏ ଓଡ଼ିଆରେ ଏହି ଅପୂର୍ଣ୍ଣ ତାଲବ୍ୟ 'ଜ' ଉଚ୍ଚାରଣ କଲାବେଳେ ପୂର୍ଣ୍ଣ ତାଲବ୍ୟ ବର୍ଗ୍ୟ ଜ ଭଳି ଜିଭ ତାଳୁକୁ ଛୁଏଁ ନାହିଁ ଏହି ଅସ୍ପୃଷ୍ଟ ଜ ଉଚ୍ଚାରଣଯୁକ୍ତ ଅକ୍ଷରକୁ ଓଡ଼ିଆରେ 'ଜ' ଲେଖିବା ଛଡ଼ା ଆମର ଅନ୍ଯ ବାଟ ନାହିଁ ଏଥିପାଇଁZebraକୁ ଜେବ୍ରା,Reserveକୁ ରିଜର୍ଭ,Resolutionକୁ ରିଜଲିଉସନ୍ ଲେଖୁଥାଇଁ, କିନ୍ତୁ ଉଚ୍ଚାରଣକଲାବେଳେ କରୁଥାଇଁ ଇଂରାଜିZଭଳି]