ରାହୁ Rāhu
- ସଂ. ବି (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଉ) — (ଜ୍ୟୋତିଷ) 8 ମ ଗ୍ରହ; ସିଂହିକାର ପୁତ୍ର; କେତୁର ମସ୍ତକଭାଗ — (ଜ୍ୟୋତିଷ)8ମ ଗ୍ରହ; ସିଂହିକାର ପୁତ୍ର; କେତୁର ମସ୍ତକଭାଗ—. (astrology) The Dragon's head
- ସଂ. ବି (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଉ) — ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କୁ ଆଚ୍ଛାଦନ କରିବା ପୃଥିବୀର ଛାୟା — The shadow of the earth covering the moon during the eclipse; the ascending node
- ସଂ. ବି (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଉ) — [ଦ୍ର—ଏହା ହିନ୍ଦୁ ଜ୍ୟୋତିଷ ମତରେ ଗୋଟିଏ ଗ୍ରହ; କିନ୍ତୁ ପ୍ରକୃତରେ ଏହା ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ପୃଥିବୀ ଅବସ୍ଥାନ କରିବାବେଳେ ଚନ୍ଦ୍ରଙ୍କ ଉପରେ ପଡ଼ିବା ପୃଥିବୀର ଛାଇ। କଥିତ ଅଛି ଯେ ଦେବାସୁରମାନେ ମନ୍ଦରଗିରିକୁ ମନ୍ଥନ ଦଣ୍ଡ ଓ ବାସୁକିକୁ ମନ୍ଥନରଜ୍ଜୁ କରି କ୍ଷୀର ସମୁଦ୍ରକୁ ମନ୍ଥନ କରିବା ସମୟରେ ତହିଁରୁ ଜାତ ହେବା ଅମୃତର କିୟଦଂଶ ଗୋଟିଏ ଅସୁର ଲୁଚି କରି ଖାଇଦେଲା ଓ ସେହି ଯୋଗୁଁ ଅମରତ୍ୱ ଲାଭ କଲା। ପରେ ବିଷ୍ଣୁ ଏହା ଜାଣିପାରି ସୁଦର୍ଶନଚକ୍ରଦ୍ୱାରା ଉକ୍ତ ଅସୁରର ମୁଣ୍ଡ କାଟିଦେଲେ। ସେ ଅମୃତ ଖାଇଥିବାରୁ ମଲା ନାହିଁ ଓ ତା ମୁଣ୍ଡଟି ରାହୁ ହେଲା ଓ ଗଣ୍ଡିଟି କେତୁ ହେଲା। ତଦବଧି ରାହୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକ୍ରମଣ କରେ। ହିନ୍ଦୁମାନେ ଏହାକୁ 'ଚଣ୍ଡାଳ' ବୋଲି ଘୃଣା କରନ୍ତି ଏବଂ ଚନ୍ଦ୍ରଙ୍କୁ ଏ ଛୁଇଁ ଦେଲେ (ଅର୍ଥାତ୍ ଚନ୍ଦ୍ରଗ୍ରହଣ ହେଲେ) ଚନ୍ଦ୍ର ଚଣ୍ଡାଳଛୁଆଁ ହୁଅନ୍ତି ଓ ପୃଥିବୀର ଲୋକେ ମଧ୍ୟ ଚଣ୍ଡାଳଛୁଆଁ ହୋଇ ସ୍ନାନ କରିବାଦ୍ୱାରା ସେ ଛୁଆଁ ଦୋଷରୁ ମୁକ୍ତ ହୁଅନ୍ତି।
- ସଂ. ବି (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଉ) — ଜ୍ୟୋତିଷ ଶାସ୍ତ୍ରରେ ଏହା ଗୋଟିଏ ଦୁଷ୍ଟଗ୍ରହ ଓ ମନୁଷ୍ୟ ଜୀବନରେ ଏହାର ଦଶାଭୋଗ କାଳ 18 ବର୍ଷ ଓ ଏହାର ଦଶା ମଙ୍ଗଳଦଶା ପରେ ଓ ବୃହସ୍ପତି ଦଶା ପୂର୍ବରେ ପଡ଼େ।] — ଜ୍ୟୋତିଷ ଶାସ୍ତ୍ରରେ ଏହା ଗୋଟିଏ ଦୁଷ୍ଟଗ୍ରହ ଓ ମନୁଷ୍ୟ ଜୀବନରେ ଏହାର ଦଶାଭୋଗ କାଳ18ବର୍ଷ ଓ ଏହାର ଦଶା ମଙ୍ଗଳଦଶା ପରେ ଓ ବୃହସ୍ପତି ଦଶା ପୂର୍ବରେ ପଡ଼େ]
- ସଂ. ବି (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଉ) — (ଲକ୍ଷଣାର୍ଥ) ଅତ୍ୟାଚାରୀ ବା ପରପୀଡ଼କ ବ୍ଯକ୍ତି — An oppressor