ରାସ Rāsa

  • ସଂ. ବି. (ରସ୍ ଧାତୁ=ଶବ୍ଦ କରିବା+ଭାବ. ଅ) — ଶବ୍ଦ — Sound
  • ସଂ. ବି. (ରସ୍ ଧାତୁ=ଶବ୍ଦ କରିବା+ଭାବ. ଅ) — କୋଳାହଳ; କଳରବ — Noise; hubbub
  • ସଂ. ବି. (ରସ୍ ଧାତୁ=ଶବ୍ଦ କରିବା+ଭାବ. ଅ) — ଗୋପନାରୀ ମଣ୍ଡଳ ପରିବେଷ୍ଟିତ ରାଧା— କୃଷ୍ଣଙ୍କର ଯୁଗଳ ନୃତ୍ୟ ଲୀଳା; ଗୋପୀଗଣ ମଧ୍ୟରେ ଶ୍ରୀକୃଷ୍ଣ— ଙ୍କର ରାଧିକାଙ୍କ ସହିତ ନୃତ୍ୟ ବିଳାସ — A sport or pastime consisting of the Gopīs dancing in a circle round the pair Rādhā Kṛushṇa
  • ସଂ. ବି. (ରସ୍ ଧାତୁ=ଶବ୍ଦ କରିବା+ଭାବ. ଅ) — ପ୍ରେମୋଦ୍ଦୀପକ ନୃତ୍ୟ ବିଶେଷ — An amorous dance
  • ସଂ. ବି. (ରସ୍ ଧାତୁ=ଶବ୍ଦ କରିବା+ଭାବ. ଅ) — [ଦ୍ର—ଶ୍ରୀକୃଷ୍ଣଙ୍କର ରାଧାଙ୍କ ସଙ୍ଗେ ବର୍ଣ୍ଣିତ କ୍ରୀଡ଼ାକୁ ଯେଉଁମାନେ ଆଧ୍ୟାତ୍ମିକ ଓ ପବିତ୍ର ଅର୍ଥରେ ଗ୍ରହଣ କରନ୍ତି ସେମାନେ ରାସ କ୍ରିଡ଼ାର ବର୍ଣ୍ଣନାରୁ ବୁଝନ୍ତି ଯେ, ଶ୍ରୀକୃଷ୍ଣ ଭଗବାନ୍ (ପୁରୁଷ) ଓ ରାଧିକା ପ୍ରକୃତି ଓ 16 ସହସ୍ର ଗୋପାଙ୍ଗନା ପୃଥିବୀର ଅସଂଖ୍ୟ ଭକ୍ତ ନରନାରୀଙ୍କ ପ୍ରାଣ। ରାସକ୍ରୀଡ଼ା ସମୟରେ ରାଧାକୃଷ୍ଣ ମଝିରେ ନୃତ୍ୟ କରନ୍ତି ଓ ତାଙ୍କ ଚାରି ପାଖରେ ମଣ୍ଡଳାକାରହୋଇ 16 ସହସ୍ର ଗୋପୀ ନୃତ୍ୟ କରନ୍ତି ଓ ପ୍ରତ୍ୟେକ ଗୋପୀଙ୍କ ସଙ୍ଗେ ଗୋଟିଏ ଶ୍ରୀକୃଷ୍ଣ ବିରାଜିତ ହୋଇ ନୃତ୍ୟ କରୁ ଥାଆନ୍ତି। ସେହି ରାସ ପ୍ରତିଦିନ ବୈକୁଣ୍ଠରେ ଘଟୁଅଛି। ପୁରାଣରେ ଅଛି ଯେ, ସ୍ତ୍ରୀମୂର୍ତ୍ତି ଧାରଣ ନ କଲେ ରାସ ଦେଖିବାର ଶକ୍ତି କାହାର ନାହିଁ। ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ବୃନ୍ଦାବନରେ ଯେଉଁ ରାସ କ୍ରୀଡ଼ା କାର୍ତ୍ତିକ ପୂର୍ଣ୍ଣିମା ସମୟରେ କରିଥିଲେ ତାକୁ ଶରଦ୍ରାସ ଓ ବସନ୍ତ ସମୟରେ କରିଥିବା କ୍ରୀଡ଼ାକୁ ବସନ୍ତ ରାସ ବୋଲାଯାଏ।] — [ଦ୍ର—ଶ୍ରୀକୃଷ୍ଣଙ୍କର ରାଧାଙ୍କ ସଙ୍ଗେ ବର୍ଣ୍ଣିତ କ୍ରୀଡ଼ାକୁ ଯେଉଁମାନେ ଆଧ୍ୟାତ୍ମିକ ଓ ପବିତ୍ର ଅର୍ଥରେ ଗ୍ରହଣ କରନ୍ତି ସେମାନେ ରାସ କ୍ରିଡ଼ାର ବର୍ଣ୍ଣନାରୁ ବୁଝନ୍ତି ଯେ, ଶ୍ରୀକୃଷ୍ଣ ଭଗବାନ୍ (ପୁରୁଷ) ଓ ରାଧିକା ପ୍ରକୃତି ଓ16ସହସ୍ର ଗୋପାଙ୍ଗନା ପୃଥିବୀର ଅସଂଖ୍ୟ ଭକ୍ତ ନରନାରୀଙ୍କ ପ୍ରାଣ ରାସକ୍ରୀଡ଼ା ସମୟରେ ରାଧାକୃଷ୍ଣ ମଝିରେ ନୃତ୍ୟ କରନ୍ତି ଓ ତାଙ୍କ ଚାରି ପାଖରେ ମଣ୍ଡଳାକାରହୋଇ16ସହସ୍ର ଗୋପୀ ନୃତ୍ୟ କରନ୍ତି ଓ ପ୍ରତ୍ୟେକ ଗୋପୀଙ୍କ ସଙ୍ଗେ ଗୋଟିଏ ଶ୍ରୀକୃଷ୍ଣ ବିରାଜିତ ହୋଇ ନୃତ୍ୟ କରୁ ଥାଆନ୍ତି ସେହି ରାସ ପ୍ରତିଦିନ ବୈକୁଣ୍ଠରେ ଘଟୁଅଛି ପୁରାଣରେ ଅଛି ଯେ, ସ୍ତ୍ରୀମୂର୍ତ୍ତି ଧାରଣ ନ କଲେ ରାସ ଦେଖିବାର ଶକ୍ତି କାହାର ନାହିଁ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ବୃନ୍ଦାବନରେ ଯେଉଁ ରାସ କ୍ରୀଡ଼ା କାର୍ତ୍ତିକ ପୂର୍ଣ୍ଣିମା ସମୟରେ କରିଥିଲେ ତାକୁ ଶରଦ୍ରାସ ଓ ବସନ୍ତ ସମୟରେ କରିଥିବା କ୍ରୀଡ଼ାକୁ ବସନ୍ତ ରାସ ବୋଲାଯାଏ]