ରାଶିଫଳ Rāṡiphaḻa

  • ସଂ. ବି — (ଫଳିତ ଜ୍ୟୋତିଷ)—ଜନ୍ମକାଳରେ ଚନ୍ଦ୍ରର କୌଣସି ରାଶିରେ ଅବଲସ୍ଥିତି ଯୋଗୁଁ ଜାତ ବ୍ଯକ୍ତିର ସ୍ୱଭାବାଦି — (Astrology) The affect of the natal sign of the Zodiac on a man'a life
  • ସଂ. ବି — [ଦ୍ର:—ରାଶିଫଳ— ମନୁଷ୍ୟର ଜନ୍ମାକାଳରେ ଚନ୍ଦ୍ର ଯେଉଁ ରାଶିରେ ଥାଏ, ତାହା ସେହି ମନୁଷ୍ୟର ରାଶି। ଚନ୍ଦ୍ରର ଏହି ଅବସ୍ଥିତି ଯୋଗୁ ମନୁଷ୍ୟର ସ୍ୱଭାବାଦି କିପରି ହୁଏ, ଜ୍ୟୋତିଃଶାସ୍ତ୍ର ମତରେ ତାହା ନିମ୍ନରେ ଦିଆଗଲା।
  • ସଂ. ବି — ଭବତି ବିରଳକେଶଶ୍ଚଞ୍ଚଳ ସ୍ତ୍ୟାଗଶୀଳୋ ରୁଚିରଶୁଚିବିଳାସୀ ବାବଦୂକୋ ଦୂରନ୍ତଃ। ନ ଭବତି ଗୃହମେଧୀ କ୍ରୂରନେତ୍ରୋଽକ୍ପମେଧା। ଧନପତି ରିହଦାତା ମେଷରାଶିର୍ମନୁଷ୍ୟାଃ। 1 । — ଭବତି ବିରଳକେଶଶ୍ଚଞ୍ଚଳ ସ୍ତ୍ୟାଗଶୀଳୋ ରୁଚିରଶୁଚିବିଳାସୀ ବାବଦୂକୋ ଦୂରନ୍ତଃ ନ ଭବତି ଗୃହମେଧୀ କ୍ରୂରନେତ୍ରୋଽକ୍ପମେଧା ଧନପତି ରିହଦାତା ମେଷରାଶିର୍ମନୁଷ୍ୟାଃ1
  • ସଂ. ବି — ମେଷ ରାଶିରେ ଜାତ ବ୍ଯକ୍ତି ଅଳ୍ପ କେଶବିଶିଷ୍ଟ, ଚଞ୍ଚଳ, ତ୍ୟାଗଶୀଳ, ଲାବଣ୍ୟଯୁକ୍ତଶରୀର, ପବିତ୍ର, ବିଳାସୀ, ବହୁଭାଷୀ, ଦୂରନ୍ତ, ଗୃହ ବାସରେ ଅନିଚ୍ଛୁକ, କ୍ରୂରନେତ୍ର (ଟେରା), ଅଳ୍ପମେଧାବୀ, ଧନପତି ଓ ଦାତା ହୁଏ।
  • ସଂ. ବି — ପୃଥୁ ଜଘନ—କପୋଳଃ ସ୍ଥୂଳନେତ୍ରୋଽଳ୍ପଭାଷୀ। ଶୁଚି ରତିଶୟ ଦକ୍ଷୋ ରମ୍ୟଦେହଃ ସୁଖୀଚ। ଦ୍ୱିଜଗୁରୁସୁରଭକ୍ତଃ ଶ୍ଳେଷ୍ମବାତସ୍ୱଭାବଃ। ସିତ କୁଟିଳକଚାଗ୍ରୋ ରୋମଯୁକ୍ତୋବୃଷାଖ୍ୟଃ। 2 । — ପୃଥୁ ଜଘନ—କପୋଳଃ ସ୍ଥୂଳନେତ୍ରୋଽଳ୍ପଭାଷୀ ଶୁଚି ରତିଶୟ ଦକ୍ଷୋ ରମ୍ୟଦେହଃ ସୁଖୀଚ ଦ୍ୱିଜଗୁରୁସୁରଭକ୍ତଃ ଶ୍ଳେଷ୍ମବାତସ୍ୱଭାବଃ ସିତ କୁଟିଳକଚାଗ୍ରୋ ରୋମଯୁକ୍ତୋବୃଷାଖ୍ୟଃ2
  • ସଂ. ବି — ବୃଷ ରାଶିରେ ଜାତ ବ୍ଯକ୍ତି ସ୍ଥୂଳଜଘନ ଓ ସ୍ଥୂଳଗଣ୍ଡ, ସ୍ଥୂଳ ନେତ୍ର, ଅଳ୍ପଭାଷୀ, ଶୁଚି, ଅତି, ଅତି ଦକ୍ଷ, ରମଣୀୟଦେହ— ବିଶିଷ୍ଟ, ସୁଖୀ, ଦେବଗୁରୁ ବ୍ରାହ୍ମଣରେ ଭକ୍ତିମାନ୍, ବାତଶ୍ଳେଷ୍ମ— ପ୍ରକୃତି ଓ ରୋମଯୁକ୍ତ; ପୁଣି ତାହାର କେଶାଗ୍ର ଶୁକ୍ଳ ଓ ବକ୍ର ହୁଏ।
  • ସଂ. ବି — ମୃଦୁରୁପଚିତ ଗାତ୍ରଃ ପାଠବିସ୍ପଷ୍ଟବାକ୍ୟଃ ପରଜନ ହିତକାରୀ ପଣ୍ଡିତଃ କ୍ରୂରଚିତ୍ତଃ। ପ୍ରକୃତିମଳିନବେଶଃ ଶ୍ଳେଷ୍ମବାତପ୍ରପନ୍ନୋ— ଭବତି ମିଥୁନରାଶିର୍ଗୀତବାଦ୍ୟାନୁରକ୍ତଃ। 3 । — ମୃଦୁରୁପଚିତ ଗାତ୍ରଃ ପାଠବିସ୍ପଷ୍ଟବାକ୍ୟଃ ପରଜନ ହିତକାରୀ ପଣ୍ଡିତଃ କ୍ରୂରଚିତ୍ତଃ ପ୍ରକୃତିମଳିନବେଶଃ ଶ୍ଳେଷ୍ମବାତପ୍ରପନ୍ନୋ— ଭବତି ମିଥୁନରାଶିର୍ଗୀତବାଦ୍ୟାନୁରକ୍ତଃ3
  • ସଂ. ବି — ମିଥୁନ ରାଶି ଜାତବ୍ଯକ୍ତି ମୃଦୁପ୍ରକୃତି, ପୁଷ୍ଟଶରୀର, ପାଠ— କାଳରେ ଅସ୍ପଷ୍ଟ ଉଚ୍ଚାରଣକାରୀ, ପରୋପକାରୀ, ପଣ୍ଡିତ, କ୍ରୂର— ଚିତ୍ତ, ସ୍ୱଭାବତଃ ମଳିନବେଶଧାରୀ, ବାତଶ୍ଳେଷ୍ମପ୍ରକୃତି ଏବଂ ଗୀତରେ ଓ ବାଦ୍ୟରେ ଅନୁରକ୍ତ ହୁଏ।
  • ସଂ. ବି — ପ୍ରବଳ କଫଶରୀରୋ ଦେବନମ୍ରଃ ପ୍ରକାଶ୍ୟଃ ସ୍ୱୟମୁପଚିତବିତ୍ତୋ ଦେବତାବିପ୍ରଭକ୍ତଃ। କୁଳପତିରିବଧନ୍ୟୋ ମଣ୍ଡଳାକାରମୂର୍ତ୍ତି— ର୍ଭବତି ବିପୁଳବକ୍ଷାଃ କର୍କଟୋ ଯସ୍ୟ ରାଶିଃ। 4 । — ପ୍ରବଳ କଫଶରୀରୋ ଦେବନମ୍ରଃ ପ୍ରକାଶ୍ୟଃ ସ୍ୱୟମୁପଚିତବିତ୍ତୋ ଦେବତାବିପ୍ରଭକ୍ତଃ କୁଳପତିରିବଧନ୍ୟୋ ମଣ୍ଡଳାକାରମୂର୍ତ୍ତି— ର୍ଭବତି ବିପୁଳବକ୍ଷାଃ କର୍କଟୋ ଯସ୍ୟ ରାଶିଃ4
  • ସଂ. ବି — କର୍କଟ ରାଶିଜାତ ବ୍ଯକ୍ତି ବିଷେଷ କଫଯୁକ୍ତ, ଦେବ କାର୍ଯ୍ୟରେ ଉତ୍ସାହୀ, ତେଜସ୍ୱୀ, ସ୍ୱୀୟ କ୍ଷମତାରେ ଉପାର୍ଜ୍ଜନକାରୀ, ଦେବବ୍ରାହ୍ମଣ ଭକ୍ତ, କୁଳପତିତୁଲ୍ୟ ମାନ୍ୟ, ବର୍ତ୍ତୁଳମୁଖ ଓ ବିଶାଳବକ୍ଷୋଯୁକ୍ତ ହୁଏ।
  • ସଂ. ବି — ଉଦରଭରଣତୁଷ୍ଟଃ କ୍ରୋଧନୋ ମାଂସଲୁବ୍ଧୋ ଗହନଗିରିଗୁହାନାଂ ସେବନୋ ବନ୍ଧୁହୀନଃ। କପିଳନୟନଯୁକ୍ତସ୍ତୁଙ୍ଗବକ୍ଷାଃ କ୍ଷୁଧାର୍ତ୍ତୋ— ଭବତି ଯୁବତୀସେବୀ ପଣ୍ଡିତଃ ସିଂହରାଶିଃ। 5 । — ଉଦରଭରଣତୁଷ୍ଟଃ କ୍ରୋଧନୋ ମାଂସଲୁବ୍ଧୋ ଗହନଗିରିଗୁହାନାଂ ସେବନୋ ବନ୍ଧୁହୀନଃ କପିଳନୟନଯୁକ୍ତସ୍ତୁଙ୍ଗବକ୍ଷାଃ କ୍ଷୁଧାର୍ତ୍ତୋ— ଭବତି ଯୁବତୀସେବୀ ପଣ୍ଡିତଃ ସିଂହରାଶିଃ5
  • ସଂ. ବି — ସିଂହରାଶି ଜାତ ବ୍ଯକ୍ତି ସ୍ୱୀୟ ଉଦରପୂରଣରେ ସନ୍ତୁଷ୍ଟ, କ୍ରୋଧୀ, ମାଂସଲୋଭୀ, ଅରଣ୍ୟ, ପର୍ବତ ଓ ଗୁହାପ୍ରିୟ, ବନ୍ଧୁହୀନ, କପିଳବର୍ଣ୍ଣ ଚକ୍ଷୁର୍ଯୁକ୍ତ, ଉଚ୍ଚବକ୍ଷାଃ, କ୍ଷୁଧାତୁର, ଯୁବତୀସେବୀ ଓ ପଣ୍ଡିତ ହୁଏ।