ରାଜି Rāji

  • ସଂ. ବି. (ରାଜ୍ ଧାତୁ+କର୍ତ୍ତୃ ଇ) — ସମୂହ; ପଙ୍କ୍ତି; ଶ୍ରେଣୀ; ଧାଡ଼ି — Row
  • ସଂ. ବି. (ରାଜ୍ ଧାତୁ+କର୍ତ୍ତୃ ଇ) — ରେଖା — Line
  • ବିଣ. — ଶୋଭିତ — Adorned; shining
  • ବିଣ. — ପ୍ରଦୀପ୍ତ — Bright; lighted
  • ବୈଦେ. ବି. (ଆ. ରାଜୀ) — ସମ୍ମତି — Consent; agreement
  • ବୈଦେ. ବି. (ଆ. ରାଜୀ) — [ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ ତ ଗୀତ।]
  • ବିଣ — ସମ୍ମତ; ସ୍ୱୀକୃତ — Agreed; consenting