ରାଘବ Rāghaba

  • ସଂ. ବିଣ (ରଘୁ+ଅପତ୍ୟାର୍ଥେ ଅ) — ରଘୁବଂଶୀୟ — Of the race of the Raghu
  • ବି. — ରଘୁବଂଶୀୟ ରାଜା — A king of the Raghu race
  • ବି. — ରାମଚନ୍ଦ୍ର — Rāmachandra
  • ବି. — ସମୁଦ୍ର — The sea; ocean
  • ବି. — ମତ୍ସ୍ୟବିଶେଷ; ସାମୁଦ୍ରିକ ବାଳିଆ ଜାତୀୟ ବଡ଼ ମାଛ; ହାଙ୍ଗର — Shark; a kind of big seafish
  • ବି. — [ଦ୍ର—ଏ କ୍ଷୁଦ୍ର ମତ୍ସ୍ୟମାନଙ୍କୁ ଖାଇଯାଏ ଓ ଭାରି ପେଟୁ।]
  • ବି. — ଅଷ୍ଟାଦଶ ଶତାବ୍ଦୀର ଖାନ୍ଦେଶର 'ଜାତକ ଗ୍ରନ୍ଥ' ରଚୟିତା ଜନୈକ ଜ୍ୟୋତିଷୀ — Name of an astrologer of the eighteenth century who was born in Khāndeṡa and the author of J̄ātakagrantha
  • ଦେ. ବି. — ପେଟୁଲୋକ — Gluttonous or voracious person
  • ଦେ. ବି. — ଅର୍ଥଗୃଧ୍ନୁ ବ୍ଯକ୍ତି — A person who is very fond of taking money
  • ଦେ. ବି. — କୌଣସି କାର୍ଯ୍ଯ କରିବା ପାଇଁ ଧୁରନ୍ଧର ବ୍ଯକ୍ତି — A person who is very eager to do anything
  • ଦେ. ବି. — (ଯଥା—ସେ ଖାଇବା ବିଷୟରେ ରାଘବ)
  • ଦେ. ବି. — ପୁରୁଷ ଲୋକଙ୍କ ନାମ — A name given to males