ରସାଳା Rasāḻā

  • ସଂ. ବିଣ. ସ୍ତ୍ରୀ (ରସାଳ+ଆ) — ରସାଳର ସ୍ତ୍ରୀଲିଙ୍ଗ — Feminine of Rasāḻa
  • ସଂ. ବି. — ରସନା; ଜିହ୍ୱା — Tongue
  • ସଂ. ବି. — ଦୂର୍ବା — The Doob grass; Panicum Dactylon; Cynodon Dactylon
  • ସଂ. ବି. — ଶାଳପର୍ଣ୍ଣୀ — A shrub; Hedysarum Gangeticum
  • ସଂ. ବି. — ଦ୍ରାକ୍ଷା; ଅଙ୍ଗୁର ଫଳ — Grape
  • ସଂ. ବି. — ଦହିରେ ପ୍ରସ୍ତୁତ ପେୟବିଶେଷ; ଶିଖରିଣୀ — A sort of sweet drink made from curd
  • ସଂ. ବି. — [ଦ୍ର—ବୈଦ୍ୟଶାସ୍ତ୍ରମତରେ ଜଳଶୂନ୍ଯ ଦଧି 8 ସେର, ଚିନି 4 ସେର ଓ ଦୁଧ 6 ସେର ଏକତ୍ର ମିଶାଇ ତହିଁସଙ୍ଗେ ମରିଚ, ଲବଙ୍ଗ, ଅଳାଇଚ ଓ କର୍ପୂରଗୁଣ୍ଡା ମିଶାଇଲେ ରସାଳା ହୁଏ। କିମ୍ବା ଦଧି 4 ସେର, ଚିନି 2 ସେର, ମଧୁ ଦୁଇ ଛଟାଙ୍କି, ଘିଅ ଦୁଇ ଛଟାଙ୍କି, ଶୁଣ୍ଠିଗୁଣ୍ଡା ଅଧତୋଳା, ଅଳାଇଚ ଗୁଣ୍ଡା ଅଧ ତୋଳା, ମରିଚଚୂର୍ଣ୍ଣ ଦୁଇ ତୋଳା ଓ ଲବଙ୍ଗଚୂର୍ଣ୍ଣ ଦୁଇ ତୋଳା ଏକତ୍ର ମିଶାଇ ତାକୁ ଛାଣି ମୃଗନାଭି ଓ କର୍ପୂର ଦ୍ୱାରା ସୁବାସିତ କରି ରସାଳା କରାଯାଏ। ଏହା ଅମ୍ଳମଧୁର— ରସ, ଶୀତଳ, ସାରକ, ଅଗ୍ନିବର୍ଦ୍ଧକ, ପୁଷ୍ଟିକର,ଶୁକ୍ର— ବର୍ଦ୍ଧକ, ସ୍ନିଗ୍ଧ ଓ ବାତ, ପିତ୍ତ, ଦାହ, ତୃଷ୍ଣା, ରକ୍ତ ପିତ୍ତ, ପ୍ରତିଶ୍ୟାୟାଦିନାଶକ। ରତିଶ୍ରାନ୍ତ ଓ ପର୍ଯ୍ୟଟନକ୍ଳାନ୍ତ ବ୍ଯକ୍ତି ପକ୍ଷରେ ଏହା ବିଶେଷ ହିତକର।] — [ଦ୍ର—ବୈଦ୍ୟଶାସ୍ତ୍ରମତରେ ଜଳଶୂନ୍ଯ ଦଧି8ସେର, ଚିନି4ସେର ଓ ଦୁଧ6ସେର ଏକତ୍ର ମିଶାଇ ତହିଁସଙ୍ଗେ ମରିଚ, ଲବଙ୍ଗ, ଅଳାଇଚ ଓ କର୍ପୂରଗୁଣ୍ଡା ମିଶାଇଲେ ରସାଳା ହୁଏ କିମ୍ବା ଦଧି4ସେର, ଚିନି2ସେର, ମଧୁ ଦୁଇ ଛଟାଙ୍କି, ଘିଅ ଦୁଇ ଛଟାଙ୍କି, ଶୁଣ୍ଠିଗୁଣ୍ଡା ଅଧତୋଳା, ଅଳାଇଚ ଗୁଣ୍ଡା ଅଧ ତୋଳା, ମରିଚଚୂର୍ଣ୍ଣ ଦୁଇ ତୋଳା ଓ ଲବଙ୍ଗଚୂର୍ଣ୍ଣ ଦୁଇ ତୋଳା ଏକତ୍ର ମିଶାଇ ତାକୁ ଛାଣି ମୃଗନାଭି ଓ କର୍ପୂର ଦ୍ୱାରା ସୁବାସିତ କରି ରସାଳା କରାଯାଏ ଏହା ଅମ୍ଳମଧୁର— ରସ, ଶୀତଳ, ସାରକ, ଅଗ୍ନିବର୍ଦ୍ଧକ, ପୁଷ୍ଟିକର,ଶୁକ୍ର— ବର୍ଦ୍ଧକ, ସ୍ନିଗ୍ଧ ଓ ବାତ, ପିତ୍ତ, ଦାହ, ତୃଷ୍ଣା, ରକ୍ତ ପିତ୍ତ, ପ୍ରତିଶ୍ୟାୟାଦିନାଶକ ରତିଶ୍ରାନ୍ତ ଓ ପର୍ଯ୍ୟଟନକ୍ଳାନ୍ତ ବ୍ଯକ୍ତି ପକ୍ଷରେ ଏହା ବିଶେଷ ହିତକର]
  • ସଂ. ବି. — ସୁମଧୁର ଲେହ୍ୟବିଶେଷ; ଚଟୁଣି — A sort of delicacy or pickle to be licked
  • ସଂ. ବି. — ଭୂଇଁକଖାରୁ (ହି. ଶ.) — A kind of yam