ରଣ ଝଣ Raṇa jhaṇa

  • ଦେ. ଅ (ଧ୍ୱନ୍ୟନୁକରଣ) (ରଣ୍ ଧାତୁ) — ଧାତୁମୟ ଅଳଙ୍କାରର ଓ ମୁଦ୍ରାଦିର ପରସ୍ପର ଘର୍ଷଣ ଶବ୍ଦ — Jingling sound of ornaments or coins
  • ଦେ. ଅ (ଧ୍ୱନ୍ୟନୁକରଣ) (ରଣ୍ ଧାତୁ) — (ଉ—ରଣଝଣ ହୋଏ ଖଞ୍ଜା ପାହୁଡ଼ ଚରଣେ—ଭଞ୍ଜ. ଲାବଣ୍ୟବତୀ।)
  • ଦେ. ଅ (ଧ୍ୱନ୍ୟନୁକରଣ) (ରଣ୍ ଧାତୁ) — [ଦ୍ର—ଗୁଡ଼ିଏ ଅଳଙ୍କାର ପିନ୍ଧି ଚାଲିଲାବେଳେ ରଣଝଣ ଧ୍ୱନି ହୁଏ। ଟଙ୍କା ପଇସାକୁ ଉପର୍ଯ୍ୟୁପରି ଗଣିଲାବେଳେ ରଣଝଣ ଶବ୍ଦ ହୁଏ। 'ରଣଝଣ' ଠାରୁ 'ରୁଣଝୁଣୁ' ଅନୁଚ୍ଚ ଓ ମଧୁରତର ଶବ୍ଦ।]
  • ଦେ. ବି — ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସମ୍ପୂର୍ଣ୍ଣରୂପେ ଶୁଖିଯିବା ଅବସ୍ଥା — The state of a thing being dried up completely by the sun
  • ଦେ. ବି — ଧନଦରବ; ନଗଦ ଟଙ୍କା; ଟଙ୍କା କଉଡ଼ି — Hard cash; riches in the shape of money
  • ଦେ. ବି — [ଉ—ରଣଝଣ (ଚଳନ୍ତି ସମ୍ପତ୍ତି=ଟଙ୍କା କଉଡ଼ି) କାହିଁଯିବ, ମାଟି ଗୋଡ଼ି (ଭୂମି ବାଡ଼ି =ଭୂସମ୍ପତ୍ତି) ପଡ଼ିଥିବ—ଢଗ।]