ରଜକ Rajaka
- ସଂ. ବିଣ. ପୁଂ. — [ରଞ୍ଜଧାତୁ+କର୍ତ୍ତୃ ଅକ] ଯେ ରଙ୍ଗକରେ; ରଞ୍ଜକ — Dyeing; painting
- ସଂ. ବି. ପୁଂ — ଧୋବା — Washerman
- ସଂ. ବି. ପୁଂ — [ଦ୍ର—ପୂର୍ବେ ଧୋବାମାନେ ଲୁଗାକୁ କାଚି ସଫା କରୁଥିଲେ ଓ ତହିଁରେ ରଙ୍ଗ ଚଢ଼ାଉଥିଲେ। ଆଜିକୁ 20/30 ବର୍ଷ ତଳେ ଧୋବାମାନେ ବାସି ଧୋବ ଲୁଗାରେ ଇଷତ୍ ନେଳି ରଙ୍ଗ ମଡ଼ାଉଥିଲେ ଓ ଏଥିଯୋଗୁଁ ଉକ୍ତ ଲୁଗା ଶୀଘ୍ର ମଳିଆ ଦେଖାଯାଉ ନ ଥିଲା, ଅର୍ଥାତ୍ ତହିଁରେ ସାମାନ୍ୟ ମଳି ଲାଗିଲେ ସେ ଲୁଗାର ନେଳି ରଙ୍ଗ ଉକ୍ତ ମଳିର ରଙ୍ଗକୁ ବୁଡ଼ାଇ ଦେଉଥିଲା। ଏବେ ମଧ୍ୟ ଧୋବା ଦ୍ୱାରା ନେଳି ମଡ଼ା ହୋଇଥିବା ଲୁଗା ମଫସଲରେ କେତେ ମରହଟ୍ଟି ଲୋକଙ୍କୁ ବ୍ଯବହାର କରିବା ଦେଖାଯାଏ। — [ଦ୍ର—ପୂର୍ବେ ଧୋବାମାନେ ଲୁଗାକୁ କାଚି ସଫା କରୁଥିଲେ ଓ ତହିଁରେ ରଙ୍ଗ ଚଢ଼ାଉଥିଲେ ଆଜିକୁ20/30ବର୍ଷ ତଳେ ଧୋବାମାନେ ବାସି ଧୋବ ଲୁଗାରେ ଇଷତ୍ ନେଳି ରଙ୍ଗ ମଡ଼ାଉଥିଲେ ଓ ଏଥିଯୋଗୁଁ ଉକ୍ତ ଲୁଗା ଶୀଘ୍ର ମଳିଆ ଦେଖାଯାଉ ନ ଥିଲା, ଅର୍ଥାତ୍ ତହିଁରେ ସାମାନ୍ୟ ମଳି ଲାଗିଲେ ସେ ଲୁଗାର ନେଳି ରଙ୍ଗ ଉକ୍ତ ମଳିର ରଙ୍ଗକୁ ବୁଡ଼ାଇ ଦେଉଥିଲା ଏବେ ମଧ୍ୟ ଧୋବା ଦ୍ୱାରା ନେଳି ମଡ଼ା ହୋଇଥିବା ଲୁଗା ମଫସଲରେ କେତେ ମରହଟ୍ଟି ଲୋକଙ୍କୁ ବ୍ଯବହାର କରିବା ଦେଖାଯାଏ
- ସଂ. ବି. ପୁଂ — ରଙ୍ଗ କରିବା ବ୍ଯକ୍ତି — A dyer
- ସଂ. ବି. ପୁଂ — ବର୍ଣ୍ଣସଙ୍କର ନୀଚ ଜାତିବିଶେଷ; ତୀବର ପତ୍ନୀ ଗର୍ଭଜାତ ଧୀବର— ପୁତ୍ର — Name of a hybrid caste (born of aa fisherman father and Tībara mother
- ସଂ. ବି. ପୁଂ — [ଦ୍ର—ମତାନ୍ତରରେ ପାରଧେନୁକ ପିତା ଓ ବ୍ରାହ୍ମଣୀ ମାତାର; ନିଷ୍ଠ୍ୟ, ପିତା ଓ ଉଗ୍ରୀ ମାତାର ସନ୍ତାନକୁ ରଜକ ବୋଲା ଯାଉଥିଲା—ମନିଅର୍ ବିଲିଆମ୍ସ୍।]
- ସଂ. ବି. ପୁଂ — ଶୁକ; ଶୁଆ — Parrot; (M.W. Apte)
- ସଂ. ବି. ପୁଂ — ଅଂଶୁକ — Thin cloth (M.W.)