ଯୌତୁକ J̄a̲u̲tuka

  • ସଂ. ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କ ଦ୍ୱାରା ବା ବିବାହକାଳରେ ପ୍ରାପ୍ତ) — ଔବ୍ଦାହିକ; ବିବାହ କାଳରେ ଦମ୍ପତିଙ୍କ ଦ୍ୱାରା ଲବ୍ଧ ଧନସମ୍ପତ୍ତି ଆଦି — Dower; dowry; marriage-gift or present
  • ସଂ. ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କ ଦ୍ୱାରା ବା ବିବାହକାଳରେ ପ୍ରାପ୍ତ) — ଅନ୍ନପ୍ରାଶନାଦି ସମୟରେ ଶିଶୁ ଦ୍ୱାରା ଉପହାରରୂପେ ପ୍ରାପ୍ତ ଧନ — Presents given to an infant on the occassion of its various ceremonies such as annaprāṡaṇa (taking rice for the first time)
  • ସଂ. ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କ ଦ୍ୱାରା ବା ବିବାହକାଳରେ ପ୍ରାପ୍ତ) — କନ୍ଯା ବିବାହ କାଳରେ ଯେଉଁ ଧନ ଉପହାରରୂପେ ପ୍ରାପ୍ତ ହୁଏ — Any property got by a bride on the occasion of her marriage
  • ସଂ. ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କ ଦ୍ୱାରା ବା ବିବାହକାଳରେ ପ୍ରାପ୍ତ) — [ଦ୍ର—ହିନ୍ଦୁଶାସ୍ତ୍ର ଅନୁସାରେ ସ୍ତ୍ରୀର ବିବାହ କାଳରେ ପ୍ରାପ୍ତ ହୋଇଥିବା ଧନ ତାହାର ଏକାଧିକାରଭୁକ୍ତ ଧନ (ସ୍ତ୍ରୀଧନ) ଅଟେ। ଏ ଧନକୁ ସ୍ତ୍ରୀର ମୃତ୍ୟୁପରେ ସ୍ୱାମୀର ଉତ୍ତରାଧିକାରୀମାନେ ନ ପାଇ ତହିଁରେ ପ୍ରଥମରେ ତାହାର କନ୍ଯା ଅଧିକାରିଣୀ ହୁଏ। ମୁସଲମାନ୍— ମନଙ୍କ ଯୌତୁକ ପ୍ରଥା ହିନ୍ଦୁମାନଙ୍କଠାରୁ ପୃଥକ୍। ହିନ୍ଦୁ କନ୍ୟାର ପିତ୍ରାଳୟରୁ ପାଇବା ଯୌତୁକରେ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଅଧିକାରୀ ହୁଅନ୍ତି। କିନ୍ତୁ ମୁସଲମାନ୍ ସ୍ତ୍ରୀକୁ ସ୍ୱାମୀ ନଗଦ କିମ୍ବା ଚୁକ୍ତି ଦ୍ୱାରା ଯେଉଁ ଯୌତୁକ (ଦେନ ମେହେର୍) ଦିଅନ୍ତି ବା ଦେବାକୁ ଉତ୍ସର୍ଗ ବା ଅଙ୍ଗୀକାର କରନ୍ତି, ତହିଁରେ ସ୍ୱାମୀଙ୍କ ଜୀବଦ୍ଦଶାରେ ଓ ସ୍ୱାମୀଙ୍କ ମୃତ୍ୟୁପରେ ସ୍ତ୍ରୀର ପୂର୍ଣ୍ଣ ଅଧିକାର ପ୍ରବର୍ତ୍ତେ ଓ ଏହା ବିବାହ ସମୟରେ ବା ପରେ ସ୍ତ୍ରୀକୁ ଦିଆ ନ ଯାଇ ବାକି ରହିଥିଲେ, ମୃତ ସ୍ୱାମୀଙ୍କ ତ୍ୟକ୍ତ ସମ୍ପତ୍ତିରୁ ସ୍ତ୍ରୀର ପ୍ରାପ୍ୟ ଯୌତୁକ ଆଦାୟ ନ ହେବା ପର୍ଯ୍ୟନ୍ତ ଉକ୍ତ ତ୍ୟକ୍ତ ସମ୍ପତ୍ତିକୁ ସ୍ୱାମୀଙ୍କ ଉତ୍ତରାଧକାରୀମାନେ ପାଇ ପାରନ୍ତି ନାହିଁ।]
  • ସଂ. ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କ ଦ୍ୱାରା ବା ବିବାହକାଳରେ ପ୍ରାପ୍ତ) — କୌଣସି ବ୍ୟକ୍ତିର ସ୍ୱକୀୟ ଧନ — Any private property (Apte)
  • ସଂ. ବିଣ — କୌଣସି ବ୍ୟକ୍ତିଙ୍କ ଏକାଧିକାରି ଭୁକ୍ତ (ଧନ) — (property) Rightfully or exclusive belonging to a person (Apte)
  • ସଂ. ବିଣ — ବିବାହ କାଳରେ ପ୍ରାପ୍ତ (ଧନ) — (property) Got as dowry or marriage gift