ଯୁଦ୍ଧ J̄uddh

  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ସମର; ଲଢ଼ାଇ — War; fight; battle
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — [ଦ୍ର—ପ୍ରାଚୀନ କାଳରେ ରଥ, ହାତୀ, ଘୋଡ଼ା ଓ ପଦାତି, ଯୁଦ୍ଧର 4 ଟି ପ୍ରଧାନ ଅଙ୍ଗ ଥିଲେ; ଏଥି ପାଇଁ ସେନାକୁ ଚତୁରଙ୍ଗିଣୀ ବୋଲା ଯାଉଥିଲା। ଏହି ଚାରି ଅଙ୍ଗର ସଂଖ୍ୟା— ଭେଦରେ ସୈନ୍ୟ ଦଳର ଭିନ୍ନ ଭିନ୍ନ ନାମ (ଯଥା ପତ୍ତି, ଗୁଳ୍ମ, ଗଣ) ଥିଲା। ସେନା ସନ୍ନିବେଶ (ବ୍ୟୁହ) ମଧ୍ୟ ନାନା ପ୍ରକାରର ଥିଲା (ଯଥା, ସୂଚିବ୍ୟୁହ, ଶ୍ୟେନ, ମକର, ଶକଟ)। ସୈନିକମାନଙ୍କୁ ସଙ୍କେତ ଧ୍ୱନି ଦ୍ୱାରା ସମ୍ମୀଳନ, ପ୍ରସରଣ, ପ୍ରଭ୍ରମଣ, ଆକୁଞ୍ଚନ, ଯାନ, ପ୍ରୟାଣ, ଅପଯାନ ଆଦି ଅନେକ ପ୍ରଗତିରେ ଚାଳିତ କରା ଯାଉଥିଲା। ଯୁଦ୍ଧ 2 ପ୍ରକାର ଥିଲା, ଯଥା—ଦ୍ୱନ୍ଦ୍ୱ ଯୁଦ୍ଧ ଓ ନିର୍ନ୍ଦନ୍ଦ୍ୱ ଯୁଦ୍ଧ। କୃତ୍ରିମ ଓ ଅକୃତ୍ରିମ ଦୁର୍ଗରେ ରହି ଶତ୍ରୁ ସଙ୍ଗେ କରାଯିବା ଯୁଦ୍ଧର ନାମ ଦ୍ୱନ୍ଦ୍ୱ ଯୁଦ୍ଧ; ଦୁର୍ଗରୁ ବାହାରି ଖୋଲା ଯାଗାରେ ଶତ୍ରୁର ସମ୍ମୁଖୀନ ହୋଇ କରାଯିବା ଯୁଦ୍ଧ ନିର୍ଦ୍ୱନ୍ଦ୍ୱ ଯୁଦ୍ଧ। ନିର୍ଦ୍ୱନ୍ଦ୍ୱ ଯୁଦ୍ଧରେ ସମଭୂମିରେ ରଥ ଯୁଦ୍ଧ, ବିଷମ ଭୂମିରେ ହସ୍ତିଯୁଦ୍ଧ, ମରୁଭୂମିରେ ଅଶ୍ୱଯୁଦ୍ଧ, ପାର୍ବତ୍ୟ ସ୍ଥାନରେ ପଦାତି ଯୁଦ୍ଧ ଓ ଜଳରେ ନୌକା ଯୁଦ୍ଧ କରା ଯାଉଥିଲା। ଯୁଦ୍ଧରେ ପ୍ରବୃତ୍ତ ବ୍ୟକ୍ତିମାନଙ୍କ ପାଇଁ ଗୁଡ଼ିଏ ଅବଶ୍ୟ ପାଳନୀୟ ନିୟମ ଥିଲା। ଯଥା— (1) ରାଜା ଓ ଯୁଦ୍ଧବିଶାରଦ ପଣ୍ଡିତ ଓ ପରାମର୍ଶଦାତା ଓ ମନ୍ତ୍ରୀମାନେ ଯୁଦ୍ଧକ୍ଷେତ୍ରକୁ ଯିବେ ନାହିଁ। (2) ରଥହୀନ ରଥୀ, ଗଜହୀନ ଗଜାରୋହୀ ସେନା, ଅଶ୍ୱହୀନ ଅଶ୍ୱାରୋହୀ ସେନା ଓ ଶସ୍ତ୍ରହୀନ ପଦାତିଙ୍କୁ ଆକ୍ରମଣ କରିବା ନିଷିଦ୍ଧ। (3) ବାଳ, ବୃଦ୍ଧ, ନପୁଂସକ, ଅନ୍ୟାହତ ଓ ଶାନ୍ତିପତାକା ଉଡ଼ାଇବା ବ୍ୟକ୍ତିଙ୍କ ପ୍ରତି ଶସ୍ତ୍ରାସ୍ତ୍ର ପ୍ରୟୋଗ ନିଷିଦ୍ଧ। (4) ଭୟତ୍ରସ୍ତ, ଶରଣାଗତ, ଯୁଦ୍ଧବିମୁଖ ବ୍ୟକ୍ତିକୁ ଆଘାତ କରିବା ନିଷିଦ୍ଧ। ଯୁଦ୍ଧ— କ୍ଷେତ୍ରରେ ମରିବା ବ୍ୟକ୍ତିର ସ୍ୱର୍ଗଲାଭ ଓ ଯୁଦ୍ଧରୁ ପଳାଇବା ବ୍ୟକ୍ତିର ପାତକ ବିବେଚିତ ହେଉଥିଲା। ଯୁଦ୍ଧଭୂମିରୁ ପଳାଇ ଯିବା ପାତକୀ ବ୍ୟକ୍ତି ପୁଣି ଥରେ ଯୁଦ୍ଧରେ ଯୋଗ ଦେଇ ଯୁଦ୍ଧରେ ଶୂରତା ନ ଦେଖାଇବା ପର୍ଯ୍ୟନ୍ତ ତାର ପାତକ ଦୂର ହେଉ ନ ଥିଲା (ହି.ଶ) ଯୁଦ୍ଧରେ ନାଳିକାସ୍ତ୍ର (ବନ୍ଧୁକ), ଶତଘ୍ନୀ, (ତୋପ), ଆଗ୍ନେୟାସ୍ତ୍ର, ମୋହାସ୍ତ୍ର, ଧନୁଶରଃ, ଗଦା, ଖଡ଼୍ଗ ପାଶ ଆଦି, ଅସ୍ତ୍ର ଶସ୍ତ୍ର ବ୍ୟବହୃତ ହେଉଥିଲା। ସ୍ତ୍ରୀ, ବାଳକ, ମୁନି, ବୃଦ୍ଧଙ୍କୁ ବଧ କରିବା ନିଷିଦ୍ଧ ଥିଲା। ବିପକ୍ଷର ଦୂତ ମଧ୍ୟ ଅବଧ୍ୟ ଥିଲା। ଯୁଦ୍ଧରେ ନାନା ଅଲୌକିକ ଓ ମାନ୍ତ୍ରିକ ପ୍ରୟୋଗ ମଧ୍ୟ କରା ଯାଉଥିଲା। ଆକାଶ ବିମାନ ମଧ୍ୟ ଯୁଦ୍ଧରେ ବ୍ୟବହୃତ ହେଉ ଥିଲା। ଶତ୍ରୁ ସଙ୍ଗେ ମାୟା ଯୁଦ୍ଧ ବା ଯୁଦ୍ଧରେ ମାୟା, ଛଳ ଆଦିର ପ୍ରୟୋଗ ନିଷିଦ୍ଧ ଥିଲା। — [ଦ୍ର—ପ୍ରାଚୀନ କାଳରେ ରଥ, ହାତୀ, ଘୋଡ଼ା ଓ ପଦାତି, ଯୁଦ୍ଧର4ଟି ପ୍ରଧାନ ଅଙ୍ଗ ଥିଲେ; ଏଥି ପାଇଁ ସେନାକୁ ଚତୁରଙ୍ଗିଣୀ ବୋଲା ଯାଉଥିଲା ଏହି ଚାରି ଅଙ୍ଗର ସଂଖ୍ୟା— ଭେଦରେ ସୈନ୍ୟ ଦଳର ଭିନ୍ନ ଭିନ୍ନ ନାମ (ଯଥା ପତ୍ତି, ଗୁଳ୍ମ, ଗଣ) ଥିଲା ସେନା ସନ୍ନିବେଶ (ବ୍ୟୁହ) ମଧ୍ୟ ନାନା ପ୍ରକାରର ଥିଲା (ଯଥା, ସୂଚିବ୍ୟୁହ, ଶ୍ୟେନ, ମକର, ଶକଟ) ସୈନିକମାନଙ୍କୁ ସଙ୍କେତ ଧ୍ୱନି ଦ୍ୱାରା ସମ୍ମୀଳନ, ପ୍ରସରଣ, ପ୍ରଭ୍ରମଣ, ଆକୁଞ୍ଚନ, ଯାନ, ପ୍ରୟାଣ, ଅପଯାନ ଆଦି ଅନେକ ପ୍ରଗତିରେ ଚାଳିତ କରା ଯାଉଥିଲା ଯୁଦ୍ଧ2ପ୍ରକାର ଥିଲା, ଯଥା—ଦ୍ୱନ୍ଦ୍ୱ ଯୁଦ୍ଧ ଓ ନିର୍ନ୍ଦନ୍ଦ୍ୱ ଯୁଦ୍ଧ କୃତ୍ରିମ ଓ ଅକୃତ୍ରିମ ଦୁର୍ଗରେ ରହି ଶତ୍ରୁ ସଙ୍ଗେ କରାଯିବା ଯୁଦ୍ଧର ନାମ ଦ୍ୱନ୍ଦ୍ୱ ଯୁଦ୍ଧ; ଦୁର୍ଗରୁ ବାହାରି ଖୋଲା ଯାଗାରେ ଶତ୍ରୁର ସମ୍ମୁଖୀନ ହୋଇ କରାଯିବା ଯୁଦ୍ଧ ନିର୍ଦ୍ୱନ୍ଦ୍ୱ ଯୁଦ୍ଧ ନିର୍ଦ୍ୱନ୍ଦ୍ୱ ଯୁଦ୍ଧରେ ସମଭୂମିରେ ରଥ ଯୁଦ୍ଧ, ବିଷମ ଭୂମିରେ ହସ୍ତିଯୁଦ୍ଧ, ମରୁଭୂମିରେ ଅଶ୍ୱଯୁଦ୍ଧ, ପାର୍ବତ୍ୟ ସ୍ଥାନରେ ପଦାତି ଯୁଦ୍ଧ ଓ ଜଳରେ ନୌକା ଯୁଦ୍ଧ କରା ଯାଉଥିଲା ଯୁଦ୍ଧରେ ପ୍ରବୃତ୍ତ ବ୍ୟକ୍ତିମାନଙ୍କ ପାଇଁ ଗୁଡ଼ିଏ ଅବଶ୍ୟ ପାଳନୀୟ ନିୟମ ଥିଲା ଯଥା—(1)ରାଜା ଓ ଯୁଦ୍ଧବିଶାରଦ ପଣ୍ଡିତ ଓ ପରାମର୍ଶଦାତା ଓ ମନ୍ତ୍ରୀମାନେ ଯୁଦ୍ଧକ୍ଷେତ୍ରକୁ ଯିବେ ନାହିଁ(2)ରଥହୀନ ରଥୀ, ଗଜହୀନ ଗଜାରୋହୀ ସେନା, ଅଶ୍ୱହୀନ ଅଶ୍ୱାରୋହୀ ସେନା ଓ ଶସ୍ତ୍ରହୀନ ପଦାତିଙ୍କୁ ଆକ୍ରମଣ କରିବା ନିଷିଦ୍ଧ(3)ବାଳ, ବୃଦ୍ଧ, ନପୁଂସକ, ଅନ୍ୟାହତ ଓ ଶାନ୍ତିପତାକା ଉଡ଼ାଇବା ବ୍ୟକ୍ତିଙ୍କ ପ୍ରତି ଶସ୍ତ୍ରାସ୍ତ୍ର ପ୍ରୟୋଗ ନିଷିଦ୍ଧ(4)ଭୟତ୍ରସ୍ତ, ଶରଣାଗତ, ଯୁଦ୍ଧବିମୁଖ ବ୍ୟକ୍ତିକୁ ଆଘାତ କରିବା ନିଷିଦ୍ଧ ଯୁଦ୍ଧ— କ୍ଷେତ୍ରରେ ମରିବା ବ୍ୟକ୍ତିର ସ୍ୱର୍ଗଲାଭ ଓ ଯୁଦ୍ଧରୁ ପଳାଇବା ବ୍ୟକ୍ତିର ପାତକ ବିବେଚିତ ହେଉଥିଲା ଯୁଦ୍ଧଭୂମିରୁ ପଳାଇ ଯିବା ପାତକୀ ବ୍ୟକ୍ତି ପୁଣି ଥରେ ଯୁଦ୍ଧରେ ଯୋଗ ଦେଇ ଯୁଦ୍ଧରେ ଶୂରତା ନ ଦେଖାଇବା ପର୍ଯ୍ୟନ୍ତ ତାର ପାତକ ଦୂର ହେଉ ନ ଥିଲା (ହି.ଶ) ଯୁଦ୍ଧରେ ନାଳିକାସ୍ତ୍ର (ବନ୍ଧୁକ), ଶତଘ୍ନୀ, (ତୋପ), ଆଗ୍ନେୟାସ୍ତ୍ର, ମୋହାସ୍ତ୍ର, ଧନୁଶରଃ, ଗଦା, ଖଡ଼୍ଗ ପାଶ ଆଦି, ଅସ୍ତ୍ର ଶସ୍ତ୍ର ବ୍ୟବହୃତ ହେଉଥିଲା ସ୍ତ୍ରୀ, ବାଳକ, ମୁନି, ବୃଦ୍ଧଙ୍କୁ ବଧ କରିବା ନିଷିଦ୍ଧ ଥିଲା ବିପକ୍ଷର ଦୂତ ମଧ୍ୟ ଅବଧ୍ୟ ଥିଲା ଯୁଦ୍ଧରେ ନାନା ଅଲୌକିକ ଓ ମାନ୍ତ୍ରିକ ପ୍ରୟୋଗ ମଧ୍ୟ କରା ଯାଉଥିଲା ଆକାଶ ବିମାନ ମଧ୍ୟ ଯୁଦ୍ଧରେ ବ୍ୟବହୃତ ହେଉ ଥିଲା ଶତ୍ରୁ ସଙ୍ଗେ ମାୟା ଯୁଦ୍ଧ ବା ଯୁଦ୍ଧରେ ମାୟା, ଛଳ ଆଦିର ପ୍ରୟୋଗ ନିଷିଦ୍ଧ ଥିଲା
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ଯୁଦ୍ଧ କ୍ଷେତ୍ରର ନାମ ଅନୁସାରେ ବା ଯୁଦ୍ଧ କରୁଥିବା ପକ୍ଷଙ୍କ ନାମ ଅନୁସାରେ ଓ ଯୁଦ୍ଧ ହୋଉଥିବା ଦେଶର ନାମ ଅନୁସାରେ ମଧ୍ୟ ଯୁଦ୍ଧର ନାମ ହୁଏ। ଯଥା
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ମରହଟ୍ଟା ଯୁଦ୍ଧ — The Marhatta war
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ପାଣିପଥ ଯୁଦ୍ଧ — The War at the field of Panipath in N India
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ବ୍ରହ୍ମ ଯୁଦ୍ଧ — The Burmese war
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — କାବୁଲ ଯୁଦ୍ଧ — The war with Kabul
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ବୁଅର୍ ଯୁଦ୍ଧ; ଆଫ୍ରିକାର ଉପନିବେଶୀଙ୍କ ସଙ୍ଗେ ଇଂରାଜଙ୍କ ଯୁଦ୍ଧ — The Boor war
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ପିଣ୍ଡାରୀ ଯୁଦ୍ଧ — The battle with the pindaries
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ଜର୍ମାନ୍ ଯୁଦ୍ଧ — The battle with the Germans
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ମହୀଶୂର ଯୁଦ୍ଧ — The battle of Mysore (in S. India)
  • ସଂ. ବି.—(ସଂ. ଯୁଧ୍ ଧାତୁ+ଭାବ. ତ) — ଚିନ୍ ଯୁଦ୍ଧ — The Chinese war