ଯାୟ୍ Jāy

  • ବୈଦେ. ବି. (କଚିରିଆ) (ଫା. ଜାୟ୍=ବିବରଣ) — ତପସିଲ; ବିବରଣ — Schedule; statement
  • ବୈଦେ. ବି. (କଚିରିଆ) (ଫା. ଜାୟ୍=ବିବରଣ) — ହିସାବ ମୁକାବିଲା କରିବା ସମୟରେ ମୁକାବିଲା ହୋଇଯିବା ଅଙ୍କଗୁଡ଼ିକ ନିକଟରେ ଦେବା< ଚିହ୍ନ — A mark such as '<' or '/' put while examining accounts, against each item indicating that it has been considered or compared or dealt with
  • ବୈଦେ. ବି. (କଚିରିଆ) (ଫା. ଜାୟ୍=ବିବରଣ) — (ଫା. ଜାୟଦାଦ୍) ସମ୍ପତ୍ତି; ଧନ — Property
  • ବୈଦେ. ବି. (କଚିରିଆ) (ଫା. ଜାୟ୍=ବିବରଣ) — (ଫା. ଜା=ନ୍ୟାୟ) ନ୍ୟାୟସଙ୍ଗତ କାର୍ଯ୍ୟ — Right or proper act
  • ବୈଦେ. ବିଣ — ନ୍ୟାୟସଙ୍ଗତ — Legal
  • ବୈଦେ. ବିଣ — ଶୁଦ୍ଧ — Correct; right
  • ବୈଦେ. ବିଣ — ଉଚିତ — Proper
  • ଦେ. ଅ (ସଂ. ଯାବତ୍) (ସମୟ ବା ସ୍ଥାନ ବା ବ୍ୟକ୍ତି) ଯାକେ; ପର୍ଯ୍ୟନ୍ତ — Till upto (a place or time or person)
  • ଦେ. ଅ (ସଂ. ଯାବତ୍) (ଉ—ପୂରିଅଛି ତୋର ପ୍ରପଦୁଁ ଚିକୁରପାଶ ଯାଏ ସୁଧା ଝରରେ। କବିସୂର୍ଯ୍ୟ. ସଙ୍ଗୀତ।)
  • ଦେ. ଅ (ସଂ. ଯାବତ୍) [ଦ୍ର—ଯାଏ ଶବ୍ଦ ପୂର୍ବରେ ସେ, ଏ ତାହା, ଏହା, ଏଥି ମୋ ଇତ୍ୟାଦି ସର୍ବନାମ ପଦ ମଧ୍ୟ ଲାଗେ। ଯଥା— ସେ ଯାଏ—ସେ ସମୟ ବା ସ୍ଥାନ ପର୍ଯ୍ୟନ୍ତ। ଏ ଯାଏ—ଏ ସମୟ ବା ସ୍ଥାନ ପର୍ଯ୍ୟନ୍ତ। ଯେଉଁ ଯାଏଁ—ଯେଉଁ ସ୍ଥାନ ବା ସମୟ ପର୍ଯ୍ୟନ୍ତ। ମୋ ଯାଏ—ମୋ ପର୍ଯ୍ୟନ୍ତ ମୋ ନିକଟ।]
  • ଦେ. ଅ (ସଂ. ଯାବତ୍) [ଉ—ବାପୀ ଖୋଳା ହେବ ସେ ଯାଏ, ଯେ ଯାଏ କଳସୁଁ ଜଡ଼ିବ ନୀର—ରାଧାନାଥ. ପାର୍ବତୀ।]
  • ଦେ. କ୍ରିୟା (ଯିବା କ୍ରିୟାର ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ କାଳ, ତୃତୀୟ ପୁରୁଷ ଅନାଦରାର୍ଥକ, ଏକବଚନ ରୂପ) — (ସେ) ଗମନ କରେ — (he) Goes