ଯଶୋଦା J̄aṡodā
- ସଂ. ବି. ସ୍ତ୍ରୀ (ଯଶଃ+ଦା. ଧାତୁ=ଦାନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଗୋପରାଜ ନନ୍ଦଙ୍କ ପତ୍ନୀ; ଶ୍ରୀକୃଷ୍ଣଙ୍କ ପାଳୟୀତ୍ରୀ ମାତା — wife of king Nanda Srīkṛushṇa's foster-mother
- ସଂ. ବି. ସ୍ତ୍ରୀ (ଯଶଃ+ଦା. ଧାତୁ=ଦାନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — [ଦ୍ର—ବସୁଦେବ— ପତ୍ନୀ ଦେବକୀ କାରାଗାରରେ ଓ ନନ୍ଦପତ୍ନୀ ଯଶୋଦା ଗୋପପୁରରେ ଏକ ସମୟରେ ଦୁଇଟି ସନ୍ତାନ ପ୍ରସବ କଲେ। ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ଗର୍ଭରୁ କନ୍ୟାରୂପରେ ମହାମାୟା ଜାତ ହେଲେ। ଘାତକ କଂସଠାରୁ ପୁତ୍ରକୁ ରକ୍ଷା କରିବା ପାଇଁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଘେନି ଯଶୋଦା ଅଚେତନା ଥିବା ଅବସ୍ଥାରେ ଯଶୋଦାଙ୍କ ଅନ୍ତୁଡ଼ିଶାଳରେ ରଖି ଦେଇ, ସେଠାରୁ କନ୍ୟାଟିକୁ ଆଣି ଦେବକୀଙ୍କ ଅନ୍ତୁଡ଼ିଶାଳରେ ରଖିଦେଲେ। ଏ ବିଷୟ ଯଶୋଦାଙ୍କୁ ଜଣା ନ ଥିଲା। ଯଶୋଦା ଚେତନା ଲାଭ କରି ଶ୍ରୀକୃଷ୍ଣଙ୍କୁ ଦେଖି ଆପଣାର ପୁତ୍ର ବୋଲି ଜାଣି ତାଙ୍କୁ ପୁତ୍ରବତ୍ ପାଳନ କଲେ। କଂସ ସକାଳୁ ଉଠି ଦେବକୀଙ୍କ ନିକଟକୁ ସେ କନ୍ୟାଟି ଆଣି (ତାଙ୍କୁ ଦେବକୀଗର୍ଭଜାତ ସନ୍ତାନ ମନେ କରି) ତାଙ୍କୁ ଧରି ଭୂଇଁରେ କଚାଡ଼ି ଦେବା ବେଳେ ସେ କନ୍ୟାଟି ଶୂନ୍ୟରେ ଉଭେଇ ଗଲା। ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି ପୁତ୍ରବାତ୍ସଲ୍ୟ ଜଗତରେ ଆଦର୍ଶ। ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରତି ଦେଖାଇଥିବା ସ୍ନେହ ଜଗତରେ ସନ୍ତାନବାତ୍ସଲ୍ୟର ମାଧୁରୀ ଦେଖାଇଅଛି। କେହି କେହି ବୈଷ୍ଣବ ଶ୍ରୀକୃଷ୍ଣରୂପୀ ଭଗବାନଙ୍କୁ ସେହି— ମଧୁର ବାତ୍ସଲ୍ୟ ଦ୍ୱାରା ଭଜନା କରନ୍ତି।]
- ସଂ. ବି. ସ୍ତ୍ରୀ (ଯଶଃ+ଦା. ଧାତୁ=ଦାନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ରାଜା ଦିଲୀପଙ୍କ ମାତାଙ୍କ ନାମ (ହି. ଶ) — Name of the mother of king Dilīpa
- ଦେ. ବି — ସ୍ତ୍ରୀଙ୍କ ନାମ — Name given to females