ଯମ J̄ama
- ସଂ. ବିଣ. (ଯମ୍ ଧାତୁ+କର୍ତ୍ତୃ. ଅ) — ଯୁଗ୍ମଜାତ; ଯମଜ — Twin; born together
- ସଂ. ବିଣ. (ଯମ୍ ଧାତୁ+କର୍ତ୍ତୃ. ଅ) — ଯୁଗ୍ମ ହୋଇଥିବା — Coupled (Apte)
- ସଂ. ବି — ଯମଜ ସନ୍ତାନରୁ ଜଣେ — One of the twin-born; a twin
- ସଂ. ବି — (+ ଭାବ ଅ) ଶରୀରସାଧନାପେକ୍ଷ ନିତ୍ୟକର୍ତ୍ତବ୍ୟ, ନୈତିକ ବା ଧାର୍ମିକ କର୍ତ୍ତବ୍ୟକର୍ମ ବା ବ୍ରତ — Any moral or religious duty or observance
- ସଂ. ବି — [ଦ୍ର—କେହି କେହି ଯମ ସଂଖ୍ୟାରେ 10 ଟି ବୋଲି କହିଅଛନ୍ତି—ଆନୃଶଂସ୍ୟ, କ୍ଷମା, ସତ୍ୟ, ଅହିଂସା, ଦମ, ଅସ୍ପୃହ, ଧ୍ୟାନ, ପ୍ରସାଦ, ମାଧୁର୍ଯ୍ୟ ଓ ଆର୍ଜବ; କେହି କେହି ଯମ 5 ଟି ଥିବା କହିଅଛନ୍ତି—ଅହିଂସା, ସତ୍ୟବଚନ, ବ୍ରହ୍ମଚର୍ଯ୍ୟ, ଅକଳ୍ପତା (ଅପରିଗ୍ରହ), ଅସ୍ତେୟ (ଅଚୋର୍ଯ୍ୟ)। ଯମ ଓ ନିୟମ ନିତ୍ୟକର୍ତ୍ତବ୍ୟ (ମନୁସଂହିତା 4 ର୍ଥ ଅଧ୍ୟାୟ)। ବିଦ୍ୱାନ୍ ଯମ ଓ ନିୟମ (ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ) ପାଳନ କରିବେ। ନିୟମାଚରଣ ନିତ୍ୟ ନ ହେଲେ ଚଳେ, ମାତ୍ର ଯମାଚରଣ ପରିତ୍ୟାଗ କରି କେବଳ ନିୟମାଚରଣ କଲେ ସୁଦ୍ଧା ମନୁଷ୍ୟ ପତିତ ହୁଏ (ମନୁସଂହିତା 4 ର୍ଥ ଅଧ୍ୟାୟ) — [ଦ୍ର—କେହି କେହି ଯମ ସଂଖ୍ୟାରେ10ଟି ବୋଲି କହିଅଛନ୍ତି—ଆନୃଶଂସ୍ୟ, କ୍ଷମା, ସତ୍ୟ, ଅହିଂସା, ଦମ, ଅସ୍ପୃହ, ଧ୍ୟାନ, ପ୍ରସାଦ, ମାଧୁର୍ଯ୍ୟ ଓ ଆର୍ଜବ; କେହି କେହି ଯମ5ଟି ଥିବା କହିଅଛନ୍ତି—ଅହିଂସା, ସତ୍ୟବଚନ, ବ୍ରହ୍ମଚର୍ଯ୍ୟ, ଅକଳ୍ପତା (ଅପରିଗ୍ରହ), ଅସ୍ତେୟ (ଅଚୋର୍ଯ୍ୟ) ଯମ ଓ ନିୟମ ନିତ୍ୟକର୍ତ୍ତବ୍ୟ (ମନୁସଂହିତା4ର୍ଥ ଅଧ୍ୟାୟ) ବିଦ୍ୱାନ୍ ଯମ ଓ ନିୟମ (ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ) ପାଳନ କରିବେ ନିୟମାଚରଣ ନିତ୍ୟ ନ ହେଲେ ଚଳେ, ମାତ୍ର ଯମାଚରଣ ପରିତ୍ୟାଗ କରି କେବଳ ନିୟମାଚରଣ କଲେ ସୁଦ୍ଧା ମନୁଷ୍ୟ ପତିତ ହୁଏ (ମନୁସଂହିତା4ର୍ଥ ଅଧ୍ୟାୟ)
- ସଂ. ବି — ସଂଯମ; ଇନ୍ଦ୍ରିୟ ନିଗ୍ରହ — Self-control; self-restraint
- ସଂ. ବି — (+କର୍ତ୍ତୃ. ଅ) ସଂହିତାକାର ଋଷିବିଶେଷ — Name of a sage who composed a Hindu law- book
- ସଂ. ବି — କାକ; କୁଆ — Crow
- ସଂ. ବି — ଶନିଗ୍ରହ — The planet Saturn
- ସଂ. ବି — ଧର୍ମରାଜ, ଦକ୍ଷିଣ ଦିକ୍ପାଳ — The Hindu god of death and king of the Hell (corresponding to the Greek god Pluto presiding over the Hedes)
- ସଂ. ବି — [ଦ୍ର—ସୂର୍ଯ୍ୟଙ୍କ ଔରସରେ ବିଶ୍ୱକର୍ମାଙ୍କ ତନୟା ସଜ୍ଞାଙ୍କ ଗର୍ଭରୁ ଧର୍ମରାଜ ଜାତ। ଏ ମନୁଷ୍ୟମାନଙ୍କ ପାପପୁଣ୍ୟର ବିଚାରକର୍ତ୍ତା ଅଟନ୍ତି; ନରକ ଏହାଙ୍କ ରାଜ୍ୟ ଓ ନରକସ୍ଥ ସଞ୍ଜମନୀପୁରୀ ଏହାଙ୍କର ରାଜଧାନୀ। ଏ ପାପୀମାନଙ୍କୁ ନରକରେ ଦଣ୍ଡ ଦିଅନ୍ତି ଓ ପୁଣ୍ୟବାନ୍ମାନଙ୍କୁ ସ୍ୱର୍ଗକୁ ପଠାନ୍ତି। ଏହାଙ୍କର ଯାଆଁଳା ଭଗିନୀ ଯମୁନା; ବାହନ ମହିଷ; ଆୟୁଧ ଦଣ୍ଡ; ଏହାଙ୍କ ମନ୍ତ୍ରୀ ଚିତ୍ରଗୁପ୍ତ ପ୍ରତ୍ୟକ ମନୁଷ୍ୟର ପାପ ପୁଣ୍ୟକୁ ପାଞ୍ଜିରେ ଲେଖି ରଖୁ ଥାଆନ୍ତି ଓ ମନୁଷ୍ୟର ମୃତ୍ୟୁ ପର ତାହା ସବୁ ଯମରାଜଙ୍କ ଆଗରେ ପେଶ୍ କରନ୍ତି। ଯମଙ୍କର ଅନ୍ୟ ନାମ—ଅନ୍ତକ, ଔଦୁମ୍ବର, କଙ୍କ, କର୍ମ୍ମକର, କାଳ, କୀନାଶ, କୃତାନ୍ତ, ଜୀବିତେଶ, ଦଣ୍ଡଧର, ଦଣ୍ଡଧାର ଦଧ୍ନ, ଧର୍ମ୍ମ, ଧର୍ମ୍ମରାଜ, ଧର୍ମ୍ମରାଟ୍, ପରେତପତି, ପରୋତରାଟ୍ ପିତୃପଚି, ପ୍ରେତରାଟ୍; ଭୀମଶାସନ, ମହିଷଧ୍ୱଜ, ମହିଷବାହନ, ଯମରାଟ୍, ଯମୁନାଭ୍ରାତା, ବୈବସ୍ୱତ, ଶୀର୍ଣ୍ଣପାଦ, ଶମନ, ଶ୍ରାଦ୍ଧଦେବ, ଦରି, ମୃତ୍ୟୁ, ସର୍ବଭୂତକ୍ଷୟ, ନୀଳ, ପରମେଷ୍ଠୀ, ବୃକୋଦର, ଚିତ୍ର, ଚିତ୍ରଗୁପ୍ତ।]
- ସଂ. ବି — (+ ଭାବ. ଅ ସଂଯମ; ଅନ୍ତଃକରଣର ବହିର୍ବୃତ୍ତି ନିରୋଧ ପୂର୍ବକ ଇଶ୍ୱରଙ୍କ— ଠାରେ ନିଯୋଗ; ଯୋଗର ଆଠଗୋଟି ଅଙ୍ଗ ମଧ୍ୟରେ ପ୍ରଥମ — Religious abstraction from the world and concentration on the Ego; the first step in the exercise of J̄oga