ଯଜମାନ J̄jamāna

  • ସଂ. ବିଣ.—(ଯଜ ଧାତୁ+କର୍ତ୍ତୃ. ଆନା ଯାଗକାରୀ — Offering sacrifice
  • ବି. — ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଦକ୍ଷିଣା ଦେଇ ବ୍ରାହ୍ମଣଦ୍ୱାରା ଯାଗ କ୍ରିୟା କରାନ୍ତି — A person who has a vedic sacrifice performed by a priest on giving him presents
  • ବି. — ସ୍ୱୟଂ ଯଜ୍ଞାନୁଷ୍ଠାନ— କାରୀ ବ୍ୟକ୍ତି — A person who himself performs a regular sacrifice (Apte)
  • ବି. — ପୁରୋହିତଙ୍କ ନିଯୋକ୍ତା ବ୍ୟକ୍ତି — A host; a patron (Apte)
  • ବି. — ପରିବାରର କର୍ତ୍ତା — The head of a family (Apte)
  • ବି. — ଜାତିର ମୁଖ୍ୟ ବ୍ୟକ୍ତି — The head of a tribe (Apte)
  • ବି. — ମହାଦେବଙ୍କର ଅଷ୍ଟମୂର୍ତ୍ତି ମଧ୍ୟରୁ ପ୍ରଧାନ ମୂର୍ତ୍ତି — One of the 8 incarnations of the Deity Siva, represented as offering sacrifice to the gods through oblation unto the fire
  • ଦେ. ବି. — ପୁରୋହିତ ଯେଉଁ ବ୍ୟକ୍ତିଠାରୁ ଦକ୍ଷିଣା ନେଇ ଉକ୍ତ ବ୍ୟକ୍ତିର ପାରିବାରିକ ଦେବପୂଜା, ବିବାହାଦି କ୍ରିୟାରେ ହୋମ ଆଦି କରନ୍ତି — A person who engages a priest to officiate at his family ceremonies
  • ଦେ. ବି. — ଯେଉଁ ଯାତ୍ରୀ ତୀର୍ଥସ୍ଥ ଦେବତାମାନଙ୍କର ପୂଜା ପଣ୍ଡାଦ୍ୱାରା କରାଏ — A pilgrim who engages a paṇḍā to do worship for him to the idol at any centre of pilgrimage
  • ଦେ. ବି. — [ଦ୍ର—ପ୍ରତ୍ୟେକ ପରିବାରର ନିତ୍ୟ ନୈମିତ୍ତିକ ପୂଜା ଆଦି କରିବା ପାଇଁ ନିର୍ଦ୍ଦିଷ୍ଟ ପୁରୋହିତ ପୁରୁଷାନୁ କ୍ରମେ ଥାଆନ୍ତି। ଏହିପରି ମଧ୍ୟ ତୀର୍ଥ କ୍ଷେତ୍ରକୁ ଆସୁଥିବା ଯାତ୍ରୀମାନଙ୍କର ନିର୍ଦ୍ଦିଷ୍ଟ ପଣ୍ଡା ପୁରୁଷାନୁ କ୍ରମେ ଥାଆନ୍ତି। ଏ ଯଜମାନମାନେ ତତ୍ତତ୍ ପୁରୋହିତଙ୍କର ଓ ପଣ୍ଡାମାନଙ୍କର ପ୍ରଧାନ ଅବଲମ୍ବନ। ପଣ୍ଡା ଓ ପୁରୋହିତମାନଙ୍କ ମଧ୍ୟରେ ଭାଇଭାଗ ବଣ୍ଟନ ହେଲା ବେଳେ ମଧ୍ୟ ଯଜମାନ ଘରମାନ ବଣ୍ଟରା ହୁଏ, କିନ୍ତୁ କ୍ରମଶଃ ଏମାନ ଏଣିକି 'ମାନୀ ବୃତ୍ତି'ରେ ପରିଣତ ହେଉଅଛି।]