ମୈଥୁନ Ma̲i̱thuna

  • ସଂ. ବି (ମିଥୁନ=ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ) — ଅଗ୍ନ୍ୟା ଧାନାଦି ବିବାହ କର୍ମ — The ceremony or rites of marriage
  • ସଂ. ବି (ମିଥୁନ=ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ) — ରତିକ୍ରିୟା; ସୁରତ; ସ୍ତ୍ରୀ ପୁରୁଷାର ଶାରୀରିକ ସଂଗମ; ସଂଭୋଗ; ଇନ୍ଦ୍ରିୟଲାଳସାର ନିବୃତ୍ତୀକରଣ — Copulation; cohabitation; sexual intercourse
  • ସଂ. ବି (ମିଥୁନ=ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ) — [ଦ୍ର— ଏହାର ଅନ୍ଯାନ୍ୟ ସଂସ୍କୃତ ନାମ— ଅନାରତ, ଅଭିମାନିତ, ଅବ୍ରହ୍ମଚର୍ଯ୍ଯକ, ଉପସୃଷ୍ଟ, ଗ୍ରାମଧର୍ମ, କ୍ରୀଡ଼ାରତ୍ନ, ତ୍ରିଭଙ୍ଗି ଧର୍ଷିତା, ନିଧୁବନ ମହାସୁଖ, ରତ ବ୍ଯବାୟ, ସ୍ଥଂପ୍ରୟୋଗ, ସୁରତ, ସଂଭୋଗ ଶୃଙ୍ଗାର, ପ୍ରସକ୍ତି, ରତି, ରତିକ୍ରିୟା।]
  • ସଂ. ବି (ମିଥୁନ=ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ) — ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସ୍ମରଣ, କୀର୍ତ୍ତନ, କେଳି, ପ୍ରେକ୍ଷଣ, ଗୃହ୍ୟଭାଷଣ ସଂକଳ୍ପ, ଅଧ୍ୟବସାୟ, କ୍ରିୟାନିଷ୍ପତ୍ତି —ଏହି ଅଷ୍ଟାଙ୍ଗଯୁକ୍ତ ବ୍ୟାପାର — The amatory association between a male and a female (consisting of eight acts or steps.)
  • ସଂ. ବି (ମିଥୁନ=ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ) — ସଂସର୍ଗ — Association