ମେଢ଼ Meṟḍ̠ẖa
- ଦେ. ବି (ସଂ. ମଣ୍ଡପ) — ବାଉଁଶ, କାଠ ବା କୁଟା ଆଦିରେ ରଚିତ ଠାକୁରପ୍ରତିମାଙ୍କର ଥାଟ — The framework behind an image made of bamboo, wood or straw etc
- ଦେ. ବି (ସଂ. ମଣ୍ଡପ) — ଦେବତାମାନଙ୍କର ସିଂହାସନ ରୂପେ ବ୍ଯବହୃତ କାଠର ବା ମାଟିର ଅର୍ଦ୍ଧଚନ୍ଦ୍ରାକାର ଆସନ — Semi-circular platform of wood or earth used as a seat for an idol
- ଦେ. ବି (ସଂ. ମଣ୍ଡପ) — ସୀମା ନିର୍ଦ୍ଦେଶକ ରେଖା — Boundary line
- ଦେ. ବି (ସଂ. ମଣ୍ଡପ) — ନଅର; ରାଜ— ପ୍ରାସାଦ — Raja's palace;
- ଦେ. ବି (ସଂ. ମଣ୍ଡପ) — ଅଟ୍ଟାଳିକା — Palatial building
- ଦେ. ବି (ସଂ. ମଣ୍ଡପ) — ଅଟ୍ଟାଳିକାନ୍ତର୍ଗତ ଆସନ — A seat in a palace or tower
- ଦେ. ବି (ସଂ. ମଣ୍ଡପ) — [ଉ—ଘେନେ ସ୍ୱପ୍ନ, ଦେଖିଲି ମେଢ଼େ ଅଛି ଶୋଇ ପିତୁଳା ସେ ଅବଳା ନୋହି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।]
- ଦେ. ବି (ସଂ. ମଣ୍ଡପ) — ଅନ୍ତଃପୁର ମଧ୍ୟସ୍ଥିତ ସୁସଜ୍ଜିତ ପ୍ରକୋଷ୍ଠ — A decorated chamber in the harem; lady's boudoir
- ଦେ. ବି (ସଂ. ମଣ୍ଡପ) — [ଉ—ଅନ୍ତଃପୁରେ ଉଷାର ମେଢ଼ରେ କଲା ନେଇ—ଶିଶୁଶଙ୍କର ଉଷାଭିଳାଷ।]
- ଦେ. ବି (ସଂ. ମଣ୍ଡପ) — କ୍ଷେତ୍ରର ଚାରିପାଖେ ଦିଆଯିବା ଉଚ୍ଚ ହିଡ଼ — A high ridge raised round a field or plot
- ପ୍ରାଦେ. (ଯାଜପୁର) — ବାଳ କଟାଇବାର ପ୍ରଣାଳୀ — A fashion of cutting or crupping the hair