ମେଳା Meḻā
- ସଂ. ବି. (ମିଳ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମସି; କାଳି — Ink
- ସଂ. ବି. (ମିଳ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଅଞ୍ଜନ; କଜ୍ଜଳ — Collyrium; antimony
- ସଂ. ବି. (ମିଳ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମହାନୀଳୀ ଗଛ; ନୀଳ ଗୁଳ୍ମ — Indigo plant; Verbasina Scandens
- ଦେ. ବି — ସଂସ୍ରବ; ମିଳନ; ସଙ୍ଗମ — Company; cantact
- ଦେ. ବି — [ଉ—ବିଭୀତ ଚିତ୍ତ ନୋହିବ ରଜନୀ ମେଳାରେ। ଭଞ୍ଜ. ବୈଦେହୀଶବିଳାସ।]
- ଦେ. ବି — ମେଳନ — Assemblage
- ଦେ. ବି — [ଉ—ଭାଲିଲା, ହୋଇଛି ଅବା ଏଥି ବନଦେବୀଙ୍କ ମେଳା। ରାଧାନାଥ. ଉଷା।]
- ଦେ. ବି — ଜନତା; ବହୁଜନସମାଗମ; ଲୋକଗହଳି — A gathering; crowding together of many people; a large concourse of people
- ଦେ. ବି — [ଉ—ଚାହିଁ ଚାହିଁ ଗୋରୀ ଶ୍ୟାମଳା ଅବଳା ମେଳା ତପସ୍ୱିନୀ ତରକି। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।]
- ଦେ. ବି — ଯାତ, ଯାତ୍ରା; ମହୋତ୍ସବ (ଯହିଁରେ ଅନେକ ଲୋକ ଏକତ୍ର ହୁଅନ୍ତି) — A big festival
- ଦେ. ବି — ମଉଛବ; ଭୋଜୀ — Feast; banquet
- ଦେ. ବି — ତୀର୍ଥାଦିରେ ବିଶେଷ ଯୋଗ ଉପଲକ୍ଷରେ ବହୁଲୋକଙ୍କ ସମାଗମ — A religious fair