ମେବଛ Mebachha

  • ଦେ. (ପ୍ରାଚୀନ) ବି — ବୃହତ୍ ସଂଖ୍ୟା ବିଶେଷ; ଅର୍ବୁଦ ସଂଖ୍ୟା — A big number
  • ଦେ. (ପ୍ରାଚୀନ) ବି — [ଦ୍ର—ସଂସ୍କୃତରେ 'ମେବଛ' ଶବ୍ଦ କୌଣସି ଉଚ୍ଚ ସଂଖ୍ୟା ପ୍ରତି ବ୍ଯବହାର୍ଯ୍ଯ ହେବା ଦେଖାଯାଏ ନାହିଁ। କିନ୍ତୁ ଗୋଟିଏ ସଂସ୍କୃତ ଶ୍ଲୋକରେ ସଂଖ୍ୟାମାନଙ୍କ ନାମ କରାଯାଇ ଅଛି—'ଏକଂ ଦଶଂ ଶତଞ୍ଚୈବ ସହସ୍ର ମଯୁତଂ ତଥା, ଲକ୍ଷଂ ଚ ନିୟୁତଂଚୈବ କୋଟି ରର୍ବ୍ବୁଦ ମେବଚ।' ଏହି ଶ୍ଲୋକରେ 'ମେବଚ' ଶବ୍ଦକୁ କୌଣସି ସଂସ୍କୃତାଜ୍ଞ ଲେଖକ 'ମେବଛ' କରି ଊର୍ଦ୍ଧ୍ୱସଂଖ୍ୟା ବିଶେଷକୁ ଲକ୍ଷ୍ୟ କରିଥିବା ଅନୁମିତ ହୁଏ।]