ମୃଗ Mṛuga
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ମିରିଗ; କୁରଙ୍ଗ; ହରିଣ — Deer
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — [ଦ୍ର—ମୃଗର ଅନ୍ଯ ସଂସ୍କୃତ ନାମ, ଯଥା—ଅଜିନଯୋନି, ଋଶ୍ୟ (ଷ୍ୟ), ରିଷ୍ୟ (ଶ୍ୟ), ଏଣ, ଏଣକ, କୁରଗ, କୁରଙ୍ଗ, କୁରଙ୍ଗମ, ଚାରୁଲୋଚନ, ଜିନଯୋନି, ବାତାୟୁ, ଶାରଙ୍ଗ।]
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ପଶୁ — Beast
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — [ଉ—ଏ ମୃଗ କାନନ ଗୋଚର, ପଙ୍କେ ଦୂଷିତ ଏ ଶୂକର। ଜଗନ୍ନାଥ. ଭାଗବତ।]
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ଜନ୍ତୁ ମାତ୍ର — An animal in general
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — (+ଭାବ. ଅ) ଅନ୍ୱେଷଣ — Searching
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ତତ୍ତ୍ୱାନୁସନ୍ଧାନ — Investigation
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ପ୍ରାର୍ଥନା; ଯାଚ୍ଞା; ଭିକ୍ଷା — Begging; soliciting
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — କପାଳରେ ଶୁଭ୍ର ଚିହ୍ନଯୁକ୍ତ ହସ୍ତୀ — An elephant with white spots on the brow
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ବୈଷ୍ଣବମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା) — A kind of sectarian mark with sandal and other pastes on the head
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ମକର ରାଶି — The sign of capricorn of the zodiac
- ସଂ. ବି (ମୃଗ୍ ଧାତୁ+କର୍ମ. ଅ) — ମୃଗଶିରା ନକ୍ଷତ୍ର — The 4th lunar constellation in Hindu astronomy