ମୂଷା Mūshā
- ସଂ. ବି. ସ୍ତ୍ରୀ (ମୂଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଅ+ସ୍ତ୍ରୀ. ଆ) — ମାଈ ମୂଷା — A female rat
- ସଂ. ବି. ସ୍ତ୍ରୀ (ମୂଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଅ+ସ୍ତ୍ରୀ. ଆ) — ଏକପ୍ରକାର ତୃଣ — A sort of grass
- ସଂ. ବି. ସ୍ତ୍ରୀ (ମୂଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଅ+ସ୍ତ୍ରୀ. ଆ) — (+କରଣ ଅ+ଆ) ଗବାକ୍ଷ — Window
- ସଂ. ବି. ସ୍ତ୍ରୀ (ମୂଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଅ+ସ୍ତ୍ରୀ. ଆ) — କୋଇ — A crucible
- ସଂ. ବି. ସ୍ତ୍ରୀ (ମୂଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଅ+ସ୍ତ୍ରୀ. ଆ) — ଦେବତାଡ଼ ଲତା — Andropegen Serratus (creeper)
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — ମୂଷିକ; ପୁଚ୍ଛ ଓ ତୀକ୍ଷ୍ଣ ଦନ୍ତବିଶିଷ୍ଟ କ୍ଷୁଦ୍ର ଚତୁଷ୍ପଦ ବିଳେଶୟ ଜୀବ — Mouse; rat
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — (ତୁଳ ଇଂ. ମାଉଷ୍, ପ୍ରାଚୀନ ଇଂ. ମୂଷ୍ ଲାଟିନ୍. ମୁଷ୍, ଗ୍ରୀକ୍ ମୁଷ୍ ।)
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — [ଉ—କ୍ଷୁଧା ଅନେକ ଓଷ୍ଠ ଅହି । ଚାଟିଣ ମୂଷା ଯେହ୍ନେ ଖାଇ— ଜଗନ୍ନାଥ. ଭାଗବତ ।]
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — [ଦ୍ର—ଏ ଦେଶରେ ମୂଷା ଅନେକ ପ୍ରକାରର ଦେଖାଯାଆନ୍ତି । ଯଥା— 1 । ଗଛୁଆ ମୂଷା (ବଂ. ଗାଛୁୟା ଇନ୍ଦୁର)—ଏମାନେ ତାଳ, ନଡ଼ିଆ ପ୍ରଭୃତି ଗଛରେ ବସା କରନ୍ତି । — [ଦ୍ର—ଏ ଦେଶରେ ମୂଷା ଅନେକ ପ୍ରକାରର ଦେଖାଯାଆନ୍ତି ଯଥା—1 ଗଛୁଆ ମୂଷା (ବଂ. ଗାଛୁୟା ଇନ୍ଦୁର)—ଏମାନେ ତାଳ, ନଡ଼ିଆ ପ୍ରଭୃତି ଗଛରେ ବସା କରନ୍ତି
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — ଚାଳୁଆ ମୂଷା—ଏମାନେ ଘରର ଚାଳ ମଧ୍ୟରେ ବାସ କରନ୍ତି । ଏମାନଙ୍କ ଲାଞ୍ଜ ଦେହଠାରୁ ଲମ୍ବ ।
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — ଗାତୁ(ଡ଼ୁ)ଆ ମୂଷା (ବଂ. ଧୁମ୍ସା ଇନ୍ଦୁର)— ଏମାନେ ଭୁଇଁ ଓ ଘରର କାନ୍ଥ ମଧ୍ୟରେ ଗାତ କରି ରହନ୍ତି । ଏମାନଙ୍କର ଦେହ ଧୂମ୍ର ବର୍ଣ୍ଣ ଓ ଲାଞ୍ଜ ଛୋଟ ।
- ଦେ. ବି (ପୁଂ ଓ ସ୍ତ୍ରୀ) (ସଂ. ମୂଷିକ) — ପାହାଡ଼ିଆ ମୂଷା—ଏମାନେ ଗୁଣ୍ଡୁଚି ମୂଷା ଜାତୀୟ; ଓଡ଼ିଶାର ଜଙ୍ଗଲ ଓ ପାହାଡ଼ିଆ ଦେଖାଯାଆନ୍ତି । ଏମାନେ ଲମ୍ବରେ ପ୍ରାୟ ଏକ ହାତ ହୁଅନ୍ତି । ଏମାନଙ୍କର ପୁଚ୍ଛ ପ୍ରାନ୍ତ ହଳଦିଆ ଏବଂ ଲାଞ୍ଜ ଦୀର୍ଘ ଓ ଲୋମଶ ।