ମୁରୁଚା Muruchā
- ବୈଦେ. ବି — (ଫା, ମୋରଚା; ତୁଳ ସଂ. ମଣ୍ଡୁର)— ଲୁହା ଆଦି ଧାତୁରେ ଲାଗିବା କଳଙ୍କି; ମରିଚା — Rust
- ବୈଦେ. ବି — (ଫା. ମୁର୍ଚା)—ଗଡ଼ ଚାରିପାଖ ପାଚିରୀ — Wall round a fort
- ବୈଦେ. ବି — [ଉ—ରାଜନମଣି ପୂର୍ବରୁ ଜାଣି, ଅଗାଧ ପାଣି ଜଳୀ ନିର୍ମାଣି, ପାଷାଣ କାନ୍ଥି ସଜାଡ଼ି ପୁଣି ମୁରୁଚା କରି ଯେ—ବଜ୍ରନାଥ ସମତରଙ୍ଗମ।]
- ବୈଦେ. ବି — ଗଡ଼ଖାଇ — Moat round a fort
- ବୈଦେ. ବି — ଦୁର୍ଗର ପାଚିରୀରେ ନିର୍ମିତ ଗୃହ, ଯହିଁରେ ବାରୁଦଗୋଳା ଆଦି ରଖାଯାଏ — A bastional