ମାଣ୍ଡୁ Māṇḍu
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — କରିବା ପାଇଁ ଭୂମିରେ ଅଙ୍କିତ ଚିତ୍ର ବିଶେଷ — A particular mystical diagram used in invoking a Divinity (Apte)
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — ଧର୍ମମାଣ୍ଡୁ; ଅଭିଯୁକ୍ତ ବ୍ଯକ୍ତିକୁ ପରୀକ୍ଷା କରିବା ପାଇଁ ପୂର୍ବ କାଳରେ ବ୍ଯବହୃତ ଅଗ୍ନିଆଦିଦ୍ୱାରା ପରୀକ୍ଷା; ଧର୍ମ ପରୀକ୍ଷା; ଧର୍ମମାଣ୍ଡୁ — Ordeal [of fire, hot iron, etc] through which an accused person had to pass, before he was declared innocent
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — [ଦ୍ର—ଅଭିଯୁକ୍ତ ବ୍ଯକ୍ତି ନିଜ ହାତରେ ତାତିଲା ଲୁହା ଧରିଲେ, କିମ୍ବା ନିଆଁ ଉପରେ ଚାଲିଗଲେ, କିମ୍ବ ବିଷଧର ସର୍ପ ଥିବା ମାଠିଆ ମଧ୍ୟରେ ହାତ ପୂରାଇ ଦେଲେ, କିମ୍ବା ଫୁଟିଲା ତେଲରେ ହାତ ବୁଡ଼ାଇ ଦେଲେ ଯେବେ ଉକ୍ତ ବ୍ଯକ୍ତି ଆହତ ହେଉ ନ ଥିଲା, ତେବେ ସେ ନିର୍ଦ୍ଦୋଷ ବୋଲି ପ୍ରତିପାଦିତ ହେଉଥିଲା । ଅଭିଯୁକ୍ତ ବ୍ଯକ୍ତିର ଅଗ୍ନିଦ୍ୱାରା ପରୀକ୍ଷାକୁ ଅଗ୍ନିମାଣ୍ଡୁ, ଉତ୍ତପ୍ତ ତୈଳଦ୍ୱାରା ପରୀକ୍ଷାକୁ ତୈଳମାଣ୍ଡୁ, ତପ୍ତଲୌହଦ୍ୱାରା ପରୀକ୍ଷାକୁ ଲୌହ— ମାଣ୍ଡୁ, ଉତ୍ତପ୍ତ ଜଳଦ୍ୱାରା ପରୀକ୍ଷା ଜଳମାଣ୍ଡୁ, ସର୍ପଦ୍ୱାରା ପରୀକ୍ଷାକୁ ସର୍ପମାଣ୍ଡୁ ବୋଲା ଯାଉଥିଲା ।]
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — ତେନ୍ତରା; ଶଗଡ଼ର ଦୁଇ ତଳେ ଅଖ ଉପରେ ଅଖର ଆଡ଼ବାଗରେ ବସା ଯାଇଥିବା ଦୁଇଖଣ୍ଡ ଲମ୍ବା କାଠ — Two long bits of wood put crosswise on the axle and over which the beams of a cart are securely set by means of wooden pins
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — [ଦ୍ର—ତେନ୍ତରା କାଠରେ ଘରା କରାଯାଇ ଏହା ଅଖ ଉପରେ ଆଡ଼ବାଗରେ ଦୃଢ଼ଭାବରେ ବସାଯାଏ ଓ ଏହି କାଠ ଦୁଇଖଣ୍ଡି ଉପରେ ଶଗଡ଼ର ଦୁଇ ଦଣ୍ଡାକୁ ରଖି ମାଣ୍ଡୁକୀଳାଦ୍ୱାରା ଆବଦ୍ଧ କରାଯାଏ ।]
- ଦେ. ବି (ତୁଳ. ସଂ. ମଣ୍ଡଳ; ଦେବତାଙ୍କୁ ଆବାହନ) — (ସଂ. ମଣ୍ଡ) ମାଡ଼ୁ (ଦେଖ) — Māṟḍ̠u (See)
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) — କଷି ତାଳ — Green or raw palm fruit
- ପ୍ରାଦେ. (ବାଲେଶ୍ୱର) ବି — ଏକଜାତୀୟ ଧାନ — A species of paddy