ମାଖୁନା Mākhunā
- ଦେ. ବିଣ. ପୁଂ (ସଂ. ମତ୍ବୁଣ୍) — ଶଶ୍ରୁହୀନ (ପୁରୁଷ) — (a male) Having no mustaches or beard on the chins or hair on the breast
- ବି — ମୁହଁରେ ଓ ଛାତିରେ ବାଳ ନ ଥିବା ପୁରୁଷ — A beardless person having no hair on the breast also
- ବି — (ଉ—ମାଖୁନାକୁ ଦଶ ତୁଠରେ ଛାଡ଼ ନାହିଁ—ଢଗ।)
- ବି — (ସଂ. ମାକଳା) ଅଜାତଦନ୍ତ ବାଙ୍ଗରା ହାତୀ — A dwarfish male elephant without tusks
- ବି — (ସଂ. ମଖାନ୍ନ) ତାଳମାଖାନା ନାମକ ଜଳଜଲତାଫଳ; କଣ୍ଟା ପଦ୍ମ — Euryali; Ferox
- ବି — [ଦ୍ର—ବୈଦ୍ଯକ ମତରେ ଏହା ପଦ୍ମବୀଜ ସଦୃଶ ଗୁଣବିଶିଷ୍ଟ; ଏହା ପୋଖରୀମାନଙ୍କରେ ଜନ୍ମେ; ଏଥିର ଦେହରେ କଣ୍ଟା ଅଛି; ପତ୍ର ପ୍ରାୟ ଗୋଲ; ପାଣିରେ ଏଥିର ଫୁଲ ଅଂଶତଃ ବୁଡ଼ିଥାଏ। ଏଥିର ମଞ୍ଜି ପଦ୍ମ ମଞ୍ଜି ପରି ଓ କଳା। ମଞ୍ଜିକୁ ଭାଜିଲେ ତାହା ଖଇ ପରି ଫୁଟେ ଓ ଖାଇବାକୁ ଖଇ ପରି ସୁସ୍ୱାଦୁ।]