ମାଂସ ରସ Māṁsa rasa
- ସଂ. ବି—(ବୈଦ୍ଯକ) — ବୈଦ୍ୟ ଶାସ୍ତ୍ର ନିର୍ଦ୍ଦେଶମତେ ପାକ କରାଯାଇ ମାଂସରୁ ପ୍ରସ୍ତୁତ ଏକ ପ୍ରକାର ରସ — A kind of medicinal soup of meat
- ସଂ. ବି—(ବୈଦ୍ଯକ) — [ଦ୍ର— କୌଣସି ଔଷଧ ମିଶାଇ ମାଂସରସ ପ୍ରସ୍ତୁତ କରିବାକୁ ହେଲେ, ଏକ ଭାଗ ଉକ୍ତ ଦ୍ରବ୍ୟ, ଦୁଇଭାଗ ମାଂସ ଏକତ୍ର ସମୁଦାୟର ଦୁଇଗୁଣ ଜଳରେ ପାକ କରି ଚାରିଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ରଖି ଛାଣିବ। ପରେ ଏଥିରେ ଘିଅ ଓ ଲବଣ ସଂଯୋଗ କରି ସଂସ୍କାର କରିବ। ଦ୍ରବ୍ଯଗୁଣ କଳ୍ପଦ୍ରୁମ।]
- ସଂ. ବି—(ବୈଦ୍ଯକ) — ସୋରୁଆ; ମାଂସ ସିଦ୍ଧ କରା ଯାଇଥିବା ଝୋଳ — Meat soup
- ସଂ. ବି—(ବୈଦ୍ଯକ) — (ଆଧୁନିକ) ଦେହର ପୁଷ୍ଟି ନିମନ୍ତେ ବ୍ଯବହୃତ କଞ୍ଚା ମାଂସ ଚୁପୁଡ଼ା ହୋଇ ତହିଁରୁ ବାହାରିବା ରସ — Meat juice; liquid pressed out of raw meat