ମଳା Maḻā

  • ସଂ. ବି (ମଳ+ ଆ) — ବିଛାର ଲାଞ୍ଜର ଅଗ୍ରଭାଗ; କଙ୍କଡ଼ା ବିଛାର ନାହୁଡ଼ — The tip of a scorpion's tail (M.W.)
  • ସଂ. ବି (ମଳ+ ଆ) — ଏକ ପ୍ରକାର କଂସା ବା ପିତ୍ତଳ — A kind of brass or bell-metal (M.W.)
  • ସଂ. ବି (ମଳ+ ଆ) — ବିକଙ୍କତ; ଭଇଞ୍ଚି — Flacourtia Cataphracta (M.W.)
  • ଦେ. ବି (ସଂ. ମଣ୍ଡଳା) — ବୃତ୍ତାକାର ରେଖା — Circle
  • ଦେ. ବି (ସଂ. ମଣ୍ଡଳା) — ଗୋଲାକାର ଚିହ୍ନ — Circular spot or patch
  • ଦେ. ବି (ସଂ. ମଣ୍ଡଳା) — ଗଛ ମୂଳରେ ପାଣି ଦେବା ନିମନ୍ତେ ହୋଇଥିବା ଅଳବାଳ; ମନ୍ଦା — A basin dug at the foot of a tree for watering it
  • ଦେ. ବି (ସଂ. ମଣ୍ଡଳା) — ଅଗାଣ୍ଡିଆ ପାତ୍ର ଆଦି ରଖିବା ପାଇଁ ମାଟିରେ ଖୋଳା ହେବା ଅଗଭୀର ଚଉଡ଼ା ଗାତ — Circular groove made on the ground to place round-bottomed pots
  • ଦେ. ବି (ସଂ. ମଣ୍ଡଳା) — ଅଗାଣ୍ଡିଆ ହାଣ୍ଡି ମାଠିଆ ଆଦି ଭୂମିରେ ଅଟଳ କରି ରଖିବା ପାଇଁ ପ୍ରସ୍ତୁତ ପାଳ ଆଦି ନିର୍ମିତ ଶୂନ୍ଯଗର୍ଭ ବଇଠି; ମୋଡ଼ା — Circular rings of straw on which round-bottomed pots are kept stable on even ground
  • ଦେ. ବି (ସଂ. ମଣ୍ଡଳା) — ବୋଝିଆମାନେ ମୁଣ୍ଡରେ ବୋଝ ରଖିବା ପାଇଁ ତିଆରି କରିଥିବା ଚୁମୁଳା ବା ମୁଚୁଳା — Circular cushions put over the head to carry loads thereon
  • ଦେ. ବି (ସଂ. ମଣ୍ଡଳା) — ସାପ, ତେଲୁଣୀପୋକ ଆଦିଙ୍କର ଶୋଇବାର କୁଣ୍ଡଳୀ — Coil (of serpents etc)
  • ଦେ. ବି (ସଂ. ମଣ୍ଡଳା) — ଉଇ ପିମ୍ପୁଡ଼ି ଆଦିଙ୍କ ଗୋଲାକାର ମନ୍ଦା — A circular swarm of white ants and other insects
  • ଦେ. ବି (ସଂ. ମଣ୍ଡଳା) — ମଳିବା (ଦେଖ) — Maḻibā (See)