ମରୀଚ Maricha
- ସଂ. ବି [ମୃ. ଧାତୁ+ଅପାଦାନ. ଇ(ଈ)ଚ] — ଗୋଲ ମରିଚ — Black pepper (berry); Piper Nigrum (creeper)
- ସଂ. ବି [ମୃ. ଧାତୁ+ଅପାଦାନ. ଇ(ଈ)ଚ] — [ଦ୍ର— ଏହା ତାମ୍ବୁଳାଦି ବର୍ଗର ଲତା ବିଶେଷ। ଏହାର ଫଳ ଛୋଟ ଛୋଟ ଓ ଗୋଲ। ଫଳ ଶୁଖିଗଲେ କଳା କଳା ଓ ବନ୍ଧୁର ଦେଖାଯାଏ। ଏହା ଭାରି କଟୁ ବା ରାଗା। ତରକାରୀରେ ଓ ଔଷଧରେ ଏହା ବ୍ଯବହୃତ ହୁଏ ଏ ଲତା ଦକ୍ଷିଣ ଭାରତରେ (ଯଥା—ତ୍ରିବାଙ୍କୁଡ଼, ମାଳବାର ଉପକୂଳରେ) ବିନା କୃଷିରେ ଜନ୍ମେ। ଅନ୍ଯାନ୍ୟ ଅଞ୍ଚଳରେ କୃଷି ଦ୍ୱାରା ଏହା ଉତ୍ପାଦିତ କରାଯାଏ। ଅଣ୍ଡିରା ଓ ମାଈଗଛ ପୃଥକ୍। ଏହି ମରିଚକୁ ଲଙ୍କାମରିଚ ଠାରୁ ପୃଥକ୍ ଚିହ୍ନାଇବାପାଇଁ ଏହାକୁ ଗୋଲମରିଚ ବୋଲାଯାଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁ, ତୀକ୍ଷ୍ଣ, ଅଗ୍ନିଦୀପକ; କଫ, ଓ ବାୟୁ ନାଶକ, ଉଷ୍ଣ, ପିତ୍ତକର ଓ ରୁକ୍ଷ। ଏହା ଶ୍ୱାସ, ଶୂଳ ଓ କୃମି ବିନାଶକ ଓ ଶ୍ଳେଷ ନିଃସାରକ।]