ମରିବା Maribā
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — ମୃତ ହେବା; (ଜୀବ) ପ୍ରାଣତ୍ୟାଗ କରିବା — To die; (said of living beings)
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — ଅଦୃଶ୍ୟ ହେବା; ଲୁପ୍ତ ହେବା — To disappear; to cease
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — (ଯଥା— ତିଅଣରୁ ପାଣି ମଲାଣି)
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — ବିନଷ୍ଟ ହେବା; ଧ୍ୱଂସପ୍ରାପ୍ତ ହେବା — To perish; to be destroyed or ruined
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — [ଯଥା—ମଲମ ଲଗାଇବାରୁ ମୋ ଦେହରୁ ଯାଦୁ ମଲା]
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — ଶୁଷ୍କ ହେବା; ଶୁଖିଯିବା — To dry up
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — (ଯଥା—ଧାନଗଛ ଖରାରେ ମରିଗଲାଣି)
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — ବିଶେଷ କଷ୍ଟ ବା ଦୁଃଖ ଭୋଗ କରିବା; ହୈରାଣ ହେବା — To suffer terribly
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — [ଉ—ମାଳିଏ ମରନ୍ତି ଜରିମାନାଦେଇ। ରାଧାନାଥ. ଦରବାର]
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — କୌଣସି ଦଳର ଜଣେ ଖେଳାଳି ବିପକ୍ଷ ଦଳର ଖେଳାଳିଦ୍ୱାରା କ୍ରୀଡ଼ାରୁ ଅନ୍ତରିତ ହେବା — To be out (said of a player in a game)
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — [ଦ୍ର—(କ୍ରିକେଟ୍, ବୁଢ଼ିଆଣୀ ଓ ଡୁ ଡୁ ଖେଳରେ) କୌଣସି ଖେଳାଳି ପରାସ୍ତ ହେଲେ କ୍ରୀଡ଼ା ଭୂମିରୁ ଅନ୍ତରିତ ହୁଏ।]
- ଦେ. କ୍ରି (ସଂ. ମୃ. ଧାତୁ; ଅକର୍ମକ) — (ପଶା, କଉଡ଼ି, ସତରଞ୍ଜି ବା ବାଘ— ବଜାରି ଖେଳରେ ଏକ ଖେଳାଳିର ସାର) ବିପକ୍ଷ ଦଳର ସାର ଦ୍ୱାରା ମାଡ଼ ଖାଇବା — To be discarded or overtaken by an adversary's set or piece in a game (said of one player's set or piece in a game of dice, chess or cowrite being over taken or overpowered by another player's piece)