ମନ Mana
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ଚିତ୍ତ; ଅନ୍ତଃକରଣ; ମନୁଷ୍ୟର ଅନ୍ତରିନ୍ଦ୍ରିୟ — Mind; mental sense
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ଚିତ୍ତବୃତ୍ତି — Mental faculty; the mental organ of feeling and perception
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — [ଦ୍ର—ଏହା ବେଦାନ୍ତ ମତରେ ସଂକଳ୍ପ ବିକଳ୍ପାନ୍ତକ ଚିତ୍ତବୃତ୍ତି ଓ ନ୍ଯାୟ ଦର୍ଶନ ମତରେ ସର୍ବେନ୍ଦ୍ରିୟର ପ୍ରବର୍ତ୍ତକ ଅନ୍ତରିନ୍ଦ୍ରିୟ ଅଟେ।]
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ମନୁଷ୍ୟର ମନୋଗତ ଭାବ — Mental idea of a person; mentality
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ଅଭିଳାଷ; ଇଚ୍ଛା — Wish; desire
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — [ଉ—ମକରନ୍ଦ ପାନ ଉତ୍ସବରେ ମନ ନ କରଇ ନିକି ଭୃଙ୍ଗ। କବିସୂର୍ଯ୍ୟ. ସଙ୍ଗୀତ।]
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ପ୍ରବୃତ୍ତି — Inclination
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ମିଞ୍ଜାସ୍; ମତି — Temper
- ଦେ. ବି (ସଂ. ମନସ୍ ଶବ୍ଦ, 1 ମା. 1 ବ, ମନଃ) — ମାନସିକ ପ୍ରକୃତି — Temperament