ମନସା Manasā
- ସଂ. ବି. ସ୍ତ୍ରୀ (ମନସ୍+ଅ+ସ୍ତ୍ରୀ. ଆ) — କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରେ ଜାତ କନ୍ଯା — Name of a goddess born of the womb of Kadru and begotten by Kaṡyapa
- ସଂ. ବି. ସ୍ତ୍ରୀ (ମନସ୍+ଅ+ସ୍ତ୍ରୀ. ଆ) — [ଦ୍ର—ଏ ଅନନ୍ତ ବା ବାସୁକି ନାଗଙ୍କ ଭଉଣୀ, ଜରତ୍କାରୁ ଋଷିଙ୍କ ପତ୍ନୀ ଓ ଆସ୍ତୀକ ମୁନିଙ୍କ ମାତା। ଏ ସର୍ପମାନଙ୍କଠାରୁ ମନୁଷ୍ୟଙ୍କୁ ରକ୍ଷା କରିବା ଦେବୀରୂପେ ପୂଜିତା। ଏହାଙ୍କର ପ୍ରିୟ ବୃକ୍ଷ କଣ୍ଟା ସିଝୁ। ବଙ୍ଗ ଦେଶରେ ଏହାଙ୍କର ପୂଜା ବିଶେଷରୂପେ ପ୍ରଚଳିତ।]
- ଦେ. ଅ (ପ୍ରାଚୀନ ପଦ୍ଯ; ସଂ. ମନସା=ମନଦ୍ୱାରା) — ମନେ ମନେ; ମନରେ — In mind; mentally
- ଦେ. ଅ (ପ୍ରାଚୀନ ପଦ୍ଯ; ସଂ. ମନସା=ମନଦ୍ୱାରା) — କଳ୍ପନାଦ୍ୱାରା — In imagnation
- ଦେ. ଅ (ପ୍ରାଚୀନ ପଦ୍ଯ; ସଂ. ମନସା=ମନଦ୍ୱାରା) — [ଉ— ମନସା ଭ୍ରମର ଯେହ୍ନେ ଦୃଷ୍ଟି ପ୍ରସଙ୍ଗେ। ପ୍ରାଚୀ. ରସ— ବାରିଧି।]
- ପ୍ରାଦେ (ଉତ୍ତର ବାଲେଶ୍ୱର) ବି — କଣ୍ଟା ସିଝୁଗଛ — Euphorbiā Niruria; Euphorbia Hirta