ମନ ଫଟା Mana phaṭā
- ଦେ. ବି (ସଂ. ମନଃ+ସ୍ଫଟ୍ ଧାତୁ) — ବନ୍ଧୁଦ୍ୱୟଙ୍କ ମଧ୍ୟରେ ମନୋମାଳିନ୍ୟ ବା ମାନସିକ ଅପ୍ରସନ୍ନତା — Dissension between two friends
- ଦେ. ବି (ସଂ. ମନଃ+ସ୍ଫଟ୍ ଧାତୁ) — ମନୋଦୁଃଖ — Sorrow; mental pang
- ଦେ. ବି (ସଂ. ମନଃ+ସ୍ଫଟ୍ ଧାତୁ) — ଉତ୍ସାହଭଙ୍ଗ — Abatement of zeal
- ଦେ. ବି (ସଂ. ମନଃ+ସ୍ଫଟ୍ ଧାତୁ) — [ଉ—ଆମ୍ଭର ଏହି ଦଶା ଦେଖି ମନଫଟା, ନ କରି ଯୁଦ୍ଧ କରି ନିଅ ହେ ଯଶୁଟା—କୃଷ୍ଣସିଂହ. ମହାଭାରତ. ବିରାଟ।]