ମଧୁକରୀ Madhukarī

  • ଦେ. ବି (ସଂ. ମାଧୁକରୀ; ମଧୁକର ଯେଉଁପରି ନାନା ପୁଷ୍ପରୁ ମଧୁ ସଂଗ୍ରହ କରେ ସେହିପରି ବହୁ ସ୍ଥାନରୁ ଭିକ୍ଷାଦ୍ୱାରା ଏହା ସଂଗୃହୀତ ହେବାରୁ) — ମାଧୁକରୀ; ଏକାଧିକ ସ୍ଥାନରୁ ପକ୍ୱାନ୍ନ (ରୁଟି ତରକାରି ଆଦି) ଭିକ୍ଷା କରି ବୃନ୍ଦାବନରେ ଭିକ୍ଷୁକଙ୍କର ସଂଗ୍ରହ କରିବା ଭିକ୍ଷା — Alms (consisting of cooked food) collected from many doors by a beggar at Bṛundābana
  • ଦେ. ବି (ସଂ. ମାଧୁକରୀ; ମଧୁକର ଯେଉଁପରି ନାନା ପୁଷ୍ପରୁ ମଧୁ ସଂଗ୍ରହ କରେ ସେହିପରି ବହୁ ସ୍ଥାନରୁ ଭିକ୍ଷାଦ୍ୱାରା ଏହା ସଂଗୃହୀତ ହେବାରୁ) — (ଉ—ବ୍ରାହ୍ମଣ ବୃତ୍ତିକି ତ ଆଶ୍ରା ଥିଲେ କରି, ମାଗିଲେ ସେ ନଗରେ ବୁଲି ମଧୁକରୀ। କୃଷ୍ଣସିଂହ. ମହାଭାରତ ଆଦି।)