ମଠ Maṭha
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ବିଦ୍ୟାର୍ଥୀମାନଙ୍କ ଆଶ୍ରମ; ଟୋଲ — A residential Sanscrit school
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ବାସସ୍ଥାନ — Residence
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ଦେବସେବା ପ୍ରଭୃତି ନିମିତ୍ତ ସ୍ଥାପିତ ଓ ଜମି ବାଡ଼ି ଖଞ୍ଜା ଥିବା ଆଶ୍ରମ — A religious endowment
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — [ଦ୍ର—ଭିନ୍ନ ଭିନ୍ନ ସମ୍ପ୍ରଦାୟ ବା ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ମଠର ନାମ ହୋଇଥାଏ, ଯଥା—ଗୌଡ଼ୀୟ ମଠ, ସନ୍ନ୍ୟାସୀ ମଠ, ଦଣ୍ତୀ ମଠ, ଶଙ୍କରାଚାର୍ଯ୍ଯ ମଠ, ରାମାନନ୍ଦୀମଠ, ନିର୍ବାଣୀ ମଠ. ତ୍ରଦଣ୍ଡୀ ମଠ, ରାମକୃଷ୍ଣ ମଠ ଇତ୍ୟାଦି। ପୁରୀର ଅନେକ— ଗୁଡିଏ ମଠ ଅଛି ଓ ମଠଧାରୀମାନେ ଜଗନ୍ନାଥଙ୍କ ତଳେ ଖଞ୍ଜାଥିବା ଅମୃତମୃଣୋହି ସ୍ୱତ୍ୱ ଭୋଗ କରି ତହିଁର ଉତ୍ପନ୍ନ ଆୟରୁ ଜଗନ୍ନାଥଙ୍କ ଭୋଗ, ମଠର ଠାକୁରଙ୍କ ଓ ଅତିଥି ଅଭ୍ୟାଗତମାନଙ୍କ ସେବା, ସଂସ୍କୃତ ଶିକ୍ଷାର୍ଥୀମାନଙ୍କର ଭରଣ— ପୋଷଣ ଓ ଖଏରାତ ଆଦି କରନ୍ତି। ପୁରୀରେ ଇମାରମଠ, ଉତ୍ତରପାର୍ଶ୍ୱ, ଦକ୍ଷିଣପାର୍ଶ୍ୱ, ଓଡ଼ିଆ, ପାପୁଡ଼ିଆ, ବଡ଼ସନ୍ଥ, ବଡ଼ଛତା, ଜଗନ୍ନାଥବଲ୍ଲଭ, ତ୍ରିମାଳୀ, ସାନଛତା, ରାମଜୀ, କଟକିଆ, ରାଧାକାନ୍ତମଠ ଆଦି ଅନେକଗୁଡ଼ିଏ ମଠ ପ୍ରଧାନ। ଅଧିକାଂଶ ସ୍ଥଳରେ ମଠର ସମ୍ପତ୍ତି ଖଞ୍ଜିଥିବା ବ୍ଯକ୍ତିମାନଙ୍କ ଉଦ୍ଦିଷ୍ଟ କାର୍ଯ୍ୟରେ ବ୍ଯୟିତ ହେଉ ନ ଥିବାର ସ୍ଥାନୀୟଲୋକେ ଅଭିଯୋଗ କରନ୍ତି। ମଠର ପ୍ରଧାନ ବାବାଜୀଙ୍କୁ ମହନ୍ତ କହନ୍ତି; ମହନ୍ତମାନେ ସାଧାରଣଃ ଦାରପରିଗ୍ରହ କରନ୍ତି ନାହିଁ। ଯେଉଁ ମଠର ମହନ୍ତ (ଅନ୍ତତଃ ଦୂରାଗତ ବ୍ଯକ୍ତିମାନେ ଦେଖିବା ଭଳି) କୁମାର ବ୍ରତ ଧାରଣ କରିବାକୁ ବାଧ୍ୟ ତାହାକୁ ନିହଙ୍ଗିମଠ ବୋଲାଯାଏ। ପୁରୀର ଅଧିକାଂଶ ମଠ ନିହଙ୍ଗି ମଠ ଅଟେ। ଯେଉଁ ମଠର ମହନ୍ତ ଗୃହସ୍ଥ ଅଟନ୍ତି ତାହାକୁ ଗୃହୀମଠ ବୋଲାଯାଏ। କଟକ ଜିଲ୍ଲାର ନେମ୍ବାଳ ମଠ, ଫତଗଡ଼ ମଠ ଆଦି ଗୃହୀମଠ।]
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନଙ୍କ ଆଶ୍ରମ; ବାବାଜୀ ମାତାଜୀଙ୍କ ଆଖଡ଼ା — Math; hermitage of anchorites; a monastery
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ମନ୍ଦିର; ଦେଉଳ; ଦେବସ୍ଥାନ — Temple
- ସଂ. ବି (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି) — ଗନ୍ତ୍ରୀ; ରଥ; ଗାଡି (ପ୍ରକୃତିବାଦ) — Cart
- ଦେ. ବି (ସଂ. ମନ୍ଥର; ପ୍ରା. ମଟ୍ଠଅ) — ଡେରି; ବିଳମ୍ବ — Delay
- ଦେ. ବି (ସଂ. ମନ୍ଥର; ପ୍ରା. ମଟ୍ଠଅ) — (ଉ—ନ କର ମଠ ବରମାଗ ହୋ ବହନ। କୃଷ୍ଣସିଂହ. ମହାଭାରତ, ବନ।)
- ଦେ. ବି (ସଂ. ମନ୍ଥର; ପ୍ରା. ମଟ୍ଠଅ) — ବିଳମ୍ବ କରିବା — Delaying
- ବିଣ — ବିଳମ୍ବିତ — Delayed
- ବିଣ — (ଉ— ନାବ ଘେନି ନାବିକେ ଜଗତି ଉଠ, ପଥୁକିଙ୍କ ଗମନ ହୁଅଇ ମଠ। ଦୀନକୃଷ୍ଣ.ଜଗମୋହନ।)