ମଟାଳ Maṭāḻa
- ଦେ. ବିଣ (ସଂ. ମୃତ୍ତିକା) — କର୍ଦ୍ଦମମୟ ବା ଚିକିଟା (ମାଟି) — Hard and clayey (Soil)
- ଦେ. ବିଣ (ସଂ. ମୃତ୍ତିକା) — (ଉ— ସେଇଟା ଏକଚକିଆ ପନ୍ଦର ମାଣ ମଟାଳ ଜମି ଭାରି କଳିନ୍ଦ। ଫକୀରମୋହନ. ଗଳ୍ପସ୍ୱଳ୍ପ।)
- ବି — ଚିକିଟା ମାଟି; ବିଶେଷ କର୍ଦ୍ଦମମୟ ଓ କଠିଣ ମାଟି — Hard and clayey soil
- ବି — [ଦ୍ର—ଏହାକୁ ଲୁହାଲହୁଣିଆ ମାଟି ମଧ୍ୟ କୁହାଯାଏ। ବର୍ଷା ହେଲେ ଏ ମାଟି କର୍ଦ୍ଦମମୟ (ଲହୁଣି ପରି) ହୁଏ ଓ ଖରାହେଲେ ଲୁହାପରି ଭାରି ଟାଣ ହୋଇ ଖଣ୍ଡ ଖଣ୍ଡ ହୋଇ ଫାଟିଯାଏ। ସାଧାରଣତଃ ତିନି ପ୍ରକାର ମଟାଳ ଜମି ଦେଖାଯାଏ, ଯଥା— 1 । ବାଲିଆ ବା ବାଲିଆରା ବା ଦୋରସା ମଟାଳ; ଏହା ବାଲି ଓ କାଦୁଅ ମିଶ୍ରିତ ମାଟି— 2 । ତେଲିଆ ମଟାଳ—ଏହା ଚିକ୍କଣ କର୍ଦ୍ଦମାକ୍ତ ମାଟି— 3 । ରାହୁଆ ମଟାଳ ବା ଲୁହା ଲହୁଣିଆ ମଟାଳ; ଯାହା ଶୁଖିଗଲେ ଲୁହା ପରି ଟାଣ ହୁଏ ଓ ଓଦା ହେଲେ ଲହୁଣି ପରି କଅଁଳ ହୋଇଯାଏ।] — [ଦ୍ର—ଏହାକୁ ଲୁହାଲହୁଣିଆ ମାଟି ମଧ୍ୟ କୁହାଯାଏ ବର୍ଷା ହେଲେ ଏ ମାଟି କର୍ଦ୍ଦମମୟ (ଲହୁଣି ପରି) ହୁଏ ଓ ଖରାହେଲେ ଲୁହାପରି ଭାରି ଟାଣ ହୋଇ ଖଣ୍ଡ ଖଣ୍ଡ ହୋଇ ଫାଟିଯାଏ ସାଧାରଣତଃ ତିନି ପ୍ରକାର ମଟାଳ ଜମି ଦେଖାଯାଏ, ଯଥା—1 ବାଲିଆ ବା ବାଲିଆରା ବା ଦୋରସା ମଟାଳ; ଏହା ବାଲି ଓ କାଦୁଅ ମିଶ୍ରିତ ମାଟି—2 ତେଲିଆ ମଟାଳ—ଏହା ଚିକ୍କଣ କର୍ଦ୍ଦମାକ୍ତ ମାଟି—3 ରାହୁଆ ମଟାଳ ବା ଲୁହା ଲହୁଣିଆ ମଟାଳ; ଯାହା ଶୁଖିଗଲେ ଲୁହା ପରି ଟାଣ ହୁଏ ଓ ଓଦା ହେଲେ ଲହୁଣି ପରି କଅଁଳ ହୋଇଯାଏ]
- ବି — ବିଳମ୍ବ — Delay
- ବି — ମଟାଳିବା — Putting off of the doing of a matter