ମଟର Maṭara

  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — ବର୍ତ୍ତୁଳ ବୀଜବିଶିଷ୍ଟ ଶିମ୍ବ— ଜାତୀୟ କୃଷିଜାତ ଲତାଫଳବିଶେଷ — The pea; pisum Arvense
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — [ଦ୍ର—ଆମ ଦେଶରେ ଦୁଇ ପ୍ରକାର ମଟରର କୃଷି ହୁଏ।
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — ଦେଶୀ ମଟର — Field pea; Pisum Arvense
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — [ଦ୍ର—ଏହାର ଛୁଇଁ ଚେପ୍ଟା, ଫୁଲ ବାଇଗଣୀ ରଙ୍ଗର। ଏଥିର କଅଁଳ ଛୁଇଁକୁ ଓ ମଞ୍ଜିକୁ ତରକାରୀ କରି ଖିଆଯାଏ।]
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — କାବୁଲି ମଟର — Pisum Sativium
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — ଆଉ ଏକ ପ୍ରକାର ମଟରଜାତୀୟ ଛୋଟ ବର୍ଷଜୀବୀ ଲତା ଅଛି। ଏହାକୁ ଲୋକେ ସୁଗନ୍ଧ ଫୁଲର ସଉକରେ ଲଗାନ୍ତି। ଏହାର ନାମ ସୁଗନ୍ଧ ମଟର — Sweet pea; Lathyrus Odoratos
  • ଦେ. ବି (ତୁଳ; ସଂ ବର୍ତ୍ତୁଳ) — [ଦ୍ର—ଦେଶୀ ମଟର ଗଛର ଫୁଲ ବାଇଗଣୀ. କାବୁଲୀ ମଟର ଫୁଲ ଧଳା। ଏ ମଞ୍ଜିକୁ ବର୍ଷା ଓ ଶରତକାଳରେ ଗହିରା ଚାଷ ହୋଇଥିବା ଓ ଖତ ଦିଆଯାଇଥିବା କିଆରିରେ ଧାଡ଼ି ଧାଡ଼ି କରି ଲଗାଯାଏ। ଏ ଲତାକୁ ରଞ୍ଜାରେ ମଡ଼ାଯାଏ। ଏଥିର ଛୁଇଁ ମଧ୍ୟରେ ଗୋଲ ମଞ୍ଜିମାନ ଥାଏ। ଖୁବ୍ କଅଁଳ ଛୁଇଁକୁ ଓ କଞ୍ଚାମଞ୍ଜିକୁ ତରକାରୀ ଓ ଭାଜିକରି ଖିଆଯାଏ। ଛୁଇଁ ପାଚିଲେ ମଞ୍ଜିକୁ ଶୁଖାଇ ଲୋକେ ଡାଲି କରନ୍ତି। କୌଣସି କୌଣସି ସ୍ଥାନରେ ଏ ମଞ୍ଜିର ଛତୁଆ କରାଯାଏ। ଦେଶୀମଟରର ସଂ. ନାମ— କଳାୟ, ମୁଣ୍ଡଚଣକ, ହରେଣୁ, ରେଣୁକ, ସଂଦିକ, ତ୍ରିପୁଟ, ଅତିବର୍ତ୍ତୁଳ, ଶମନ, ନୀଳକ, କଂଟୀ, ସତୀଳ, ସତୀନକ— ବୈଦ୍ଯକ ମତରେ ଏହା ମଧୁର, ସ୍ୱାଦିଷ୍ଟ, ଶୀତଳ, ପିତ୍ତ— ନାଶକ, ରୁଚିକର, ବାତକାରକ, ପୁଷ୍ଟିଜନକ, ମଳିନିଃସାରକ ଓ ରକ୍ତବୁଷ୍ଟି ନାଶକ—ହି. ଶ।]
  • ବୈଦେ. ବି. (ଇଂରାଜି ମୋଟର୍) — ମଟରକାର୍ (ଦେଖ) — Maṭarakār (See)