ଭୋଜ Bhoja
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଯଦୁବଂଶ — The Royal dynasty of j̄adus
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ମାଳବଦେଶର ପ୍ରାଚୀନ ରାଜଧାନୀ; ଧାରା ନଗରୀ; ଭୋଜପୁରୀ — The ancient capital of the Māḻaba kingdom
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହା ଖ୍ରୀଷ୍ଟୀୟ ଦଶମ ଓ ଏକାଦଶ ଶତାଦ୍ଦୀରେ ସମୃଦ୍ଧିଶାଳୀ ଥିଲା।]
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଭୋଜ— ନଗରୀର ପ୍ରସିଦ୍ଧ ରାଜାଙ୍କ ନାମ; ଭୋଜରାଜ — The name of a famous king of Bhoja
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏ ଐନ୍ଦ୍ରଜାଲିକ ବିଦ୍ୟାରେ ବିଶେଷ ପାରଙ୍ଗମ ଥିଲେ ଓ ଏହାଙ୍କ କନ୍ଯା ଭାନୁମତୀ ମଧ୍ୟ ଜଣେ ପ୍ରସିଦ୍ଧା କୁହୁକିନୀ ଥିଲେ। ଏହାଙ୍କ ସ୍ତ୍ରୀଙ୍କ ନାମ ଲୀଳାବତୀ; ସେ ମଧ୍ୟ ବିଦୂଷୀ— ଥିଲେ। କାଳିଦାସ କବି ଏହାଙ୍କ ରାଜସଭାର ନବରତ୍ନ ବୋଲି ପ୍ରସିଦ୍ଧି ଅଛି। ଏ ରାଜା ବେତାଳ ସାଧନ କରି— ଥିଲେ। ଏ ଖ୍ରୀଷ୍ଟୀୟ 10 ମ ଶତାବ୍ଦୀର ଶେଷାଂଶ ବା 11 ଶ ଶତାବ୍ଦୀର ପ୍ରଥମାଂଶରେ ରାଜତ୍ୱ କରୁଥିବାର ଅନୁମିତ ହୁଏ। ଏ ସଂସ୍କୃତ ବିଦ୍ୟାରେ ପଣ୍ଡିତ ଓ ଅନୁରାଗୀ ଥିଲେ ଓ ଶୃଙ୍ଗାରମଞ୍ଜରୀ, ଚମ୍ପୂ ରାମାୟଣ, ଚାରୁଚର୍ଯ୍ୟା, ସରସ୍ୱତୀକଣ୍ଠାଭରଣ, ତତ୍ତ୍ୱପ୍ରକାଶ, ବ୍ଯବହାରସମୁଚ୍ଚୟ ଆଦି ଗ୍ରନ୍ଥ ରଚନା କରିଥିଲେ ହି. ଶ.] — [ଦ୍ର—ଏ ଐନ୍ଦ୍ରଜାଲିକ ବିଦ୍ୟାରେ ବିଶେଷ ପାରଙ୍ଗମ ଥିଲେ ଓ ଏହାଙ୍କ କନ୍ଯା ଭାନୁମତୀ ମଧ୍ୟ ଜଣେ ପ୍ରସିଦ୍ଧା କୁହୁକିନୀ ଥିଲେ ଏହାଙ୍କ ସ୍ତ୍ରୀଙ୍କ ନାମ ଲୀଳାବତୀ; ସେ ମଧ୍ୟ ବିଦୂଷୀ— ଥିଲେ କାଳିଦାସ କବି ଏହାଙ୍କ ରାଜସଭାର ନବରତ୍ନ ବୋଲି ପ୍ରସିଦ୍ଧି ଅଛି ଏ ରାଜା ବେତାଳ ସାଧନ କରି— ଥିଲେ ଏ ଖ୍ରୀଷ୍ଟୀୟ10ମ ଶତାବ୍ଦୀର ଶେଷାଂଶ ବା11ଶ ଶତାବ୍ଦୀର ପ୍ରଥମାଂଶରେ ରାଜତ୍ୱ କରୁଥିବାର ଅନୁମିତ ହୁଏ ଏ ସଂସ୍କୃତ ବିଦ୍ୟାରେ ପଣ୍ଡିତ ଓ ଅନୁରାଗୀ ଥିଲେ ଓ ଶୃଙ୍ଗାରମଞ୍ଜରୀ, ଚମ୍ପୂ ରାମାୟଣ, ଚାରୁଚର୍ଯ୍ୟା, ସରସ୍ୱତୀକଣ୍ଠାଭରଣ, ତତ୍ତ୍ୱପ୍ରକାଶ, ବ୍ଯବହାରସମୁଚ୍ଚୟ ଆଦି ଗ୍ରନ୍ଥ ରଚନା କରିଥିଲେ ହି. ଶ.]
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ବିଦର୍ଭ ଦେଶର ରାଜା — Name of a king of Bidarbha; the father of Indumatī
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହାଙ୍କ କନ୍ଯା ଇନ୍ଦୁମତୀଙ୍କୁ ରଘୁବଂଶୀୟ ରାଜା ଅଜ ବିବାହ କରି— ଥିଲେ ।]
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଭୋଜବିଦ୍ୟା; ଭୋଜବାଜୀ; କୁହୁକ — Magic; Legerdemain
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଶାନ୍ତିଦେବୀଙ୍କ ଗର୍ଭଜାତ ବସୁଦେବଙ୍କ ପୁତ୍ର (ହି.ଶ) — Name of a son of Basudeba
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଶ୍ରୀକୃଷ୍ଣଙ୍କ ସଖା ଗୋପବାଳକ ବିଶେଷ (ହି. ଶ) — Name of a cowherd compainion of Ṡrīkṛushṇa
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ରାଜତ୍ୱ କରୁଥିବା କାନ୍ୟକୁବ୍ଜର ରାଜା — Name of a king of Kannouj in the 9th century A. D
- ସଂ. ବି (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ) — ଆଧୁନିକ ବିହାର ପ୍ରଦେଶସ୍ଥ ଭୋଜପୁର (ହି. ଶ) — The ancient name of Bhojapur in Patna