ଭୋଜ୍ୟ Bhojya
- ସଂ. ବିଣ (ଭୁଜ୍ ଧାତୁ+କର୍ମ. ଯ) — ଭୋଜନୀୟ; ଖାଦ୍ୟ; ଖାଇବା ଉପଯୋଗୀ — Eatable; fit to be taken
- ସଂ. ବିଣ (ଭୁଜ୍ ଧାତୁ+କର୍ମ. ଯ) — [ଦ୍ର—ଭୋଜ୍ୟ ଓ ଭୋଗ୍ୟ ଏକ ଧାତୁରୁ ଓ ଏକ ପ୍ରତ୍ୟୟରୁ ନିଷ୍ପନ୍ନ; କିନ୍ତୁ ଭୋଗ୍ୟର ଅର୍ଥ ଭୋଗ କରିବାର ଉପଯୋଗୀ।]
- ବି — ଖାଦ୍ୟବସ୍ତୁ — Food
- ବି — ଖାଇବାପାଇଁ ଅଭିପ୍ରେତ ଦ୍ରବ୍ୟଚୟ — Eatables; victuals; Provisions
- ବି — ସୁସ୍ୱାଦୁ ବା ରୁଚିକର ଖାଦ୍ୟ — A dainty (Apte)
- ବି — ଲାଭ — Advantage; benefit (Apte)
- ବି — ପିତୃପୁରୁଷଙ୍କୁ ପ୍ରଦତ୍ତ ଭୋଜ୍ୟବସ୍ତୁ — Eatables offered to the manes (Apte)
- ବି — ସ୍ୱର୍ଗଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଉପଲକ୍ଷରେ ବ୍ରାହ୍ମଣଙ୍କୁ ଉତ୍ସୃଷ୍ଟ ଖାଦ୍ୟଦ୍ରବ୍ୟସମ୍ଭାର; ସିଧା; ସଞ୍ଚା — Victuals presented to Brāhmaṇas on the occasion of Srāddha
- ବି — [ଦ୍ର—ଯେଉଁମାନେ ଶ୍ରାଦ୍ଧ ଦିନ ପିତୃ— ଲୋକଙ୍କୁ ପିଣ୍ଡ ଦିଅନ୍ତି ସେମାନେ ବ୍ରାହ୍ମଣମାନଙ୍କୁ ଅରନ୍ଧା ଖାଦ୍ୟଦ୍ରବ୍ୟ ସମ୍ଭାର ଦାନ କରନ୍ତି।]